ଗୋଟିଏ ଦିନ ସର୍ବାଧିକ ଓ୍ଵିକେଟ୍‌ ପତନ କୀର୍ତିମାନ

ଏହି ଦିବାରାତ୍ର ଟେଷ୍ଟର ତୃତୀୟ ଦିବସରେ ୨୦ ଓ୍ଵିକେଟ୍‌ ପତନ ଘଟିଥିଲା। ଯାହାକି କାରବୀୟ ରାଷ୍ଟ୍ରରେ ଏକ କୀର୍ତିମାନ। ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ୍‌ରେ କୌଣସି ଟେଷ୍ଟର ଗୋଟିଏ ଦିନରେ ସର୍ବାଧିକ ୧୮ ଓ୍ଵିକେଟ୍‌ ଝଡ଼ିଥିଲା। ୨୦୧୫ରେ ଇଂଲଣ୍ଡ ଏହି ଦେଶକୁ ଗସ୍ତ କରିଥିଲା ବେଳେ ଏହି ୧୮ ଓ୍ଵିକେଟ୍‌ ପଡ଼ିଥିଲା। ଶ୍ରୀଲଙ୍କା ବିପକ୍ଷ ପିଙ୍କ୍‌ବଲ୍‌ ଟେଷ୍ଟ ହିଁ ସେହି କୀର୍ତିମାନକୁ ଟପିଗଲା। ଜାସନ୍‌ ହୋଲ୍‌ଡର୍‌ଙ୍କ ବୋଲିଂ ଚିତ୍ର (୯/୬୦) କୌଣସି େଓ୍ଵଷ୍ଟଇଣ୍ଡିଜ୍‌ ଅଧିନାୟକଙ୍କ ପାଇଁ ଦ୍ୱିତୀୟ ଶ୍ରେଷ୍ଠ। ୧୯୯୪-୯୫ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟରେ କର୍ଟନି ଓ୍ଵାଲ୍‌ସଙ୍କ ୧୩/୫୫ ଅଧିନାୟକ ଭାବେ ଶ୍ରେଷ୍ଠ ବୋଲିଂ ଚିତ୍ର ରହିଛି। ହୋଲ୍‌ଡର ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ କୌଣସି ଅଧିନାୟକ ଭାବେ ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି।

ସମ୍ବନ୍ଧିତ ଖବର