ସାଉଥମ୍ପଟନ୍: ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ‘ଛକା’ ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ। ଅନ୍ତର୍ଜାତୀୟ କ୍ରିକେଟ୍ରେ ଅଧିନାୟକ ଭାବେ ଧୋନି ୩୧୨ ମ୍ୟାଚ୍ ଖେଳି ୨୧୧ ଛକା ମାରିଛନ୍ତି। ମୋର୍ଗାନ କିନ୍ତୁ ଏହାର ପାଖାପାଖି ଅଧା ଅର୍ଥାତ୍ ୧୬୩ ମ୍ୟାଚ୍ରେ ଇଂଲଣ୍ଡର ନେତୃତ୍ବ ନେଇ ତାଙ୍କୁ ଟପି ଯାଇଛନ୍ତି। ସେ ଏବେ ୨୧୫ ଛକାରେ ଅଛନ୍ତି। ଧୋନି ଦିନିକିଆରେ ୧୨୬, ଟ୍ବେଣ୍ଟି-୨୦ରେ ୩୪ ଓ ଟେଷ୍ଟ୍ରେ ୫୧ ଛକା ମାରିଛନ୍ତି। ଅନ୍ୟପକ୍ଷରେ ମୋର୍ଗାନ ଦିନିକିଆରେ ୧୪୪ ଓ ଟ୍ବେଣ୍ଟି-୨୦ରେ ୭୧ ଛକା ଖେଳିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ ସେ ଗୋଟିଏ ହେଲେ ବି ଛକା ମାରିନାହାନ୍ତି। ମୋର୍ଗାନ ଏବେସୁଦ୍ଧା ୧୬ ଟେଷ୍ଟ୍ ଖେଳି ୭୦୦ ରନ୍ କରିଛନ୍ତି। ମଙ୍ଗଳବାର ରାତିର ଆୟର୍ଲାଣ୍ଡ୍ ବିପକ୍ଷ ମୁକାବିଲାରେ ଚାରିଟି ଛକା ମାରିବା ପରେ ହିଁ ମୋର୍ଗାନ ଅଧିନାୟକ ଭାବେ ସର୍ବାଧିକ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ତେବେ କ୍ୟାରିୟର ଛକାରେ କିନ୍ତୁ ଧୋନି (୩୫୯) ଏବେ ବି ମୋର୍ଗାନ (୩୨୮)ଙ୍କଠାରୁ ଆଗରେ ରହିଛନ୍ତି। ଅଧିନାୟକ ଭାବେ ସର୍ବାଧିକ ଛକା ମାରିବାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୭୧ ଛକା) ତୃତୀୟ ଏବଂ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମ୍ (୧୭୦) ତାଙ୍କ ପଛକୁ ଅଛନ୍ତି।
ଧୋନିଙ୍କ ଛକା କୀର୍ତ୍ତିମାନକୁ ଭାଙ୍ଗିଲେ ମୋର୍ଗାନ
/sambad/media/post_attachments/wp-content/uploads/2019/06/eoin-morgan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)