ଆବୁଧାବି : ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗୁରୁବାର ମ୍ୟାଚ୍ରେ ମନ୍ଥର ବୋଲିଂ ପାଇଁ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଦଣ୍ଡିତ ହୋଇଛି। ଆଇପିଏଲ୍ ଆଚରଣ ବିଧି ଅନୁଯାୟୀ ଏହି ଅପରାଧ ପାଇଁ କେକେଆର୍ ଅଧିନାୟକ ଇଅନ୍ ମୋର୍ଗାନ୍ଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଦି ଦିଆଯାଇଛି। ଏହା ଚଳିତ ଋତୁରେ କେକେଆର୍ର ଦ୍ବିତୀୟ ବାର ଅପରାଧ। ମୋର୍ଗାନ୍ଙ୍କ ବ୍ୟତୀତ ଦଳର ଚୂଡାନ୍ତ ଏକାଦଶରେ ଖେଳିଥିବା ଅନ୍ୟ ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ କିମ୍ବା ୬ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ମିଳିଛି।
ମନ୍ଥର ବୋଲିଂ ପାଇଁ ମୋର୍ଗାନ୍ ଦଣ୍ଡିତ
/sambad/media/post_attachments/wp-content/uploads/2021/09/morgan-field-place-kkr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)