ମର୍କେଲ ଆହତ, ୪ ସପ୍ତାହ ବିଶ୍ରାମ

ପଶ୍ଚଷ୍ଟମ୍‌: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମର୍ନି ମର୍କେଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ବେଳେ ଆହତ ହୋଇଛନ୍ତି। ତାଙ୍କର ମାଂସପେଶୀ ଟାଣି ହୋଇଯାଇଛି। ସୋମବାର ତାଙ୍କର ସ୍କାନ୍‌ ହେବା ପରେ ଆହତ ଗୁରୁତର ବୋଲି ସ୍ପଷ୍ଟ ହୋଇଛି। ଫଳରେ ୪ ସପ୍ତାହ କ୍ରିକେଟ୍‌ରୁ ଦୂରେଇ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ରବିବାର ବାଂଲାଦେଶ ଦ୍ୱିତୀୟ ପାଳି ବେଳେ ଆହତ ହେବାରୁ ମର୍କେଲ ଷଷ୍ଠ ଓଭର ପରେ ପଡ଼ିଆ ଛାଡ଼ିଥିଲେ। ସେ ଆଉ ବୋଲିଂ କରିବାକୁ ଫେରିପାରିନଥିଲେ। ଏଥିପାଇଁ ମର୍କେଲ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରିବେନି। କେବଳ ସେତିକି ନୁହେଁ, ସେ ମଧ୍ୟ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ଟେ୍ଵଣ୍ଟି-୨୦ ଗ୍ଲୋବାଲ୍‌ ଲିଗ୍‌ର ପ୍ରଥମ ପର୍ଯ୍ୟାୟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। ଡେଲ୍‌ ଷ୍ଟେନ୍‌ଙ୍କ ପରେ ମର୍କେଲଙ୍କ ଆହତ ଦକ୍ଷିଣ ଆଫ୍ରିକା ଦଳକୁ ଝଟ୍‌କା ଦେଇଛି।

ସମ୍ବନ୍ଧିତ ଖବର