ବ୍ରେନ ଟ୍ୟୁମରର ଶିକାର ହୋଇଥିବା ବାଂଲାଦେଶୀ କ୍ରିକେଟର ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି

ଢ଼ାକା: ବାଂଲାଦେଶୀ କ୍ରିକେଟର ମୋଶାରଫ ହୁସେନ ରୁବେଲ ଦୀର୍ଘଦିନ ହେବ ବ୍ରେନ ଟ୍ୟୁମରରେ ପୀଡିତ ଅଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ବାଂଲାଦେଶର କ୍ରିକେଟର ମୋଶାରଫ ହୁସେନ ରୁବେଲ ୨୦୦୮ରେ ବାଂଲାଦେଶ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ। ୨୦୧୬ରେ ସେ ଶେଷଥର ପାଇଁ ଦେଶପକ୍ଷରୁ ଖେଳୁଥିଲେ। ଦୁର୍ଭାଗ୍ୟବଶତଃ ୨୦୧୯ରେ ମୋଶାରଫ ହୁସେନ ରୁବେଲଙ୍କୁ ବ୍ରେନ ଟ୍ୟୁମର ‌ହୋଇଥିବା  ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଆଉ ସେ ସୁସ୍ଥ ହୋଇଯାଇଥିଲେ ବୋଲି ଡାକ୍ତର କହିଥିଲେ।

ଖବର ମିଳିଛି କି ଚଳିତବର୍ଷ ଜାନୁଆରିରେ ମୋଶାରଫଙ୍କର ପୁଣି ଥ‌ରେ ଟ୍ୟୁମର ବାହାରିଛି। ଗତ ବୁଧବାର ମୋଶାରଫଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ହସ୍ପିଟାଲ ବିଛଣାରେ ମୋଶାରଫ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜାଣି ତାଙ୍କ ପ୍ରଶଂସକମାନେ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର