ବିଗତ ଦଶନ୍ଧିର ସବୁଠାରୁ ବଡ଼ ମନୋରଞ୍ଜନକାରୀ

ଡିଭିଲିୟର୍ସ ଅବସର ଘୋଷଣା କରିବା ପରେ ସାରା ବିଶ୍ୱର କ୍ରିକେଟରମାନେ ବିସ୍ମୟ ପ୍ରକଟ କରିଛନ୍ତି। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରତିପକ୍ଷ ଦଳର ସଦସ୍ୟ ପର୍ଯ୍ୟନ୍ତ ସମସ୍ତେ ଏବିଙ୍କ ଗୁଣଗାନ କରିଛନ୍ତି। ତା’ ସହ ତାଙ୍କୁ ଆହୁରି କିଛି ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଥିଲା ବୋଲି ମତ ପ୍ରକାଶ କରିଛନ୍ତି। ଆସନ୍ତୁ କିଏ କ’ଣ କହିଛନ୍ତି ତା ଉପରେ ନଜର ପକାଇବା।
ସଚିନ ତେନ୍ଦୁଲକର: ପଡ଼ିଆ ବାହାରେ ମଧ୍ୟ ତୁମେ ମିଷ୍ଟର ଥ୍ରୀ ସିକ୍ସ୍‌ଷ୍ଟି ଥିଲ। ତୁମ ଅନୁପସ୍ଥିତି ନିଶ୍ଚିତ ଅନୁଭୂତ ହେବ। ତୁମକୁ ମୋର ଶୁଭକାମନା।

ଆଲାନ ଡୋନାଲ୍ଡ: ଏବିଙ୍କ ଘୋଷଣା ନେଇ ମୁଁ ବିସ୍ମିତ। ହେଲେ ଏହା ଜୀବନ ମାତ୍ର ଏବଂ ଏହା ହିଁ ସଠିକ୍‌ ସମୟ ବୋଲି ସେ ଭାବୁଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ପାଇଁ କରିଥିବା ଅବଦାନ ପାଇଁ ତୁମେ ଧନ୍ୟବାଦର ପାତ୍ର ବନ୍ଧୁ।

ମାହେଲା ଜୟବର୍ଦ୍ଧନେ: ଅନ୍ୟତମ ଶ୍ରେଷ୍ଠ। ଶୁଭେଚ୍ଛା ଏବି। ତୁମେ ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଚମତ୍କାର ମଣିଷ।

ମାର୍କ ବାଉଚର: ଦକ୍ଷିଣ ଆଫ୍ରିକା ଦଳରେ ତୁମର ପ୍ରଥମ ଦିନ ମୋର ଏବେବି ମନେ ଅଛି। ତୁମଭଳି ପ୍ରେରଣା ଦାୟକ ଖେଳାଳି ମିଳିବା କଷ୍ଟ। ଦେଶ, ସାଥୀ ଏବଂ ପ୍ରଶଂସକଙ୍କ ପାଇଁ ତୁମେ କରିଥିବା କାମ ସତରେ ଅତୁଳନୀୟ।

ସାହିଦ ଆଫ୍ରିଦି: ତୁମ ଓ୍ଵିକେଟ୍‌ ମୋର ସବୁଦିନ ମନେ ରହିବ। ତୁମକୁ ଆଉଟ୍‌ କରିବା ମୋ ପାଇଁ ସବୁବେଳେ ବଡ଼ ଆହ୍ଵାନ ଥିଲା। ଏକ ଚମତ୍କାର ଖେଳ ଜୀବନ ପାଇଁ ଧନ୍ୟବାଦ।

ଆକାଶ ଚୋପ୍ରା: ଗତ ଦଶନ୍ଧିର ସବୁଠାରୁ ବଡ଼ ମନୋରଞ୍ଜନକାରୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ। ତୁମ ଅନୁପସ୍ଥିତି ଅପୁରଣୀୟ। ତୁମ ଅନୁପସ୍ଥିତି ପାଇଁ କ୍ରିକେଟ୍‌ ଆଜି ଗରିବ। ତୁମ ଭବିଷ୍ୟତ ଯୋଜନା ପାଇଁ ଶୁଭେଚ୍ଛା ଓ ଶୁଭକାମନା।

ମାଇକେଲ ଭନ୍‌: ଅନ୍ତର୍ଜାତୀୟ କ୍ରିକେଟ୍‌ ପାଇଁ ଲଜ୍ଜାର ବିଷୟ। ମୁଁ ଦେଖିଥିବା ୩ ଜଣ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ।

ଗାୟକ, ଗଲ୍ଫ ତାରକା, କ୍ରିକେଟର, ରଗବି ଖେଳାଳି

ସମ୍ବନ୍ଧିତ ଖବର