ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଭାରତର ସାଇନା ନେହ୍ବାଲ ସର୍ବୋଚ୍ଚ ଆୟକାରୀ ବ୍ୟାଡ୍ମିଣ୍ଟନ ଖେଳାଳି ତାଲିକାର ଦ୍ବିତୀୟ ସ୍ଥାନ ପାଇଛନ୍ତି। ୨୮ ବର୍ଷ ବୟସ୍କା ଏହି ହାଇଦ୍ରାବାଦୀ ଲଳନା ଚଳିତ ନୂଆ ଋତୁର ପ୍ରଥମ ତ୍ରୈମାସିକରେ ମହିଳା ଏକକ ଖେଳାଳି ଭାବେ ଏହି ସଫଳତା ହାତେଇଛନ୍ତି। ଇଣ୍ଡୋନେସିଆ ମାଷ୍ଟର୍ସ ଜିତିବା ସାଙ୍ଗକୁ ମାଲେସିଆ ମାଷ୍ଟର୍ସ ସେମିଫାଇନାଲ୍ ଏବଂ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ କ୍ବାର୍ଟର ଫାଇନାଲ୍ ଖେଳିଥିବା ପରେ ସାଇନା ନିଜ ଖେଳ ଜୀବନର ଆୟରେ ୩୬,୮୨୫ ଆମେରିକୀୟ ଡଲାର ରାଶି ଯୋଡ଼ିଛନ୍ତି। ସାଇନା ସର୍ବୋଚ୍ଚ ଆୟକାରୀ ମହିଳା ଏକକ ବ୍ୟାଡ୍ମିଣ୍ଟନ ଖେଳାଳି ତାଲିକାର ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ଅଲ୍ ଇଂଲଣ୍ଡ୍ ଚାମ୍ପିଅନ୍ସିପ୍ ବିଜେତା ଚୀନ୍ର ଚେନ୍ ୟୁଫେଇ (୮୬,୩୨୫ ଡଲାର) ପ୍ରଥମ ଏବଂ ବିଶ୍ବର ଶୀର୍ଷ ମାନ୍ୟତା ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍ (୩୬,୧୦୦ ଡଲାର) ତୃତୀୟ ସ୍ଥାନରେ ରହିଛନ୍ତି। ରାଚାନକ୍ ଇଣ୍ଟାନନ୍ (୩୫,୦୫୦) ଓ କାରୋଲିନା ମାରିନ୍ (୨୬,୬୦୦) ଚତୁର୍ଥ ଓ ପଞ୍ଚମ ସ୍ଥାନ ସହ ଶୀର୍ଷ-୫ରେ ରହିଥିଲା ବେଳେ ଅନ୍ୟତମ ଭାରତୀୟ ତଥା ଅଲିମ୍ପିକ୍ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ୨୪.୫୦୦ ଡଲାର ପୁରସ୍କାର ରାଶି ଆୟ କରିଛନ୍ତି।
ବ୍ୟାଡ୍ମିଣ୍ଟନର ପୁରୁଷ ଏକକ ଖେଳାଳି ଭାବେ କେଣ୍ଟୋ ମୋମୋଟା (୯୪,୫୫୦ ଡଲାର) ସର୍ବୋଚ୍ଚ ଆୟକାରୀ ତାଲିକାର ଶୀର୍ଷରେ ରହିଥିଲା ବେଳେ ଭିକକ୍ଟର ଆକ୍ସେଲସେନ୍ (୪୪,୧୫୦ ଡଲାର) ଦ୍ବିତୀୟରେ ରହିଛନ୍ତି।
ସର୍ବାଧିକ ଆୟ ତାଲିକାରେ ସାଇନା ଦ୍ବିତୀୟ
/sambad/media/post_attachments/wp-content/uploads/2019/03/images-59.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)