ମଣ୍ଟେକାର୍ଲୋ: ଗ୍ରିକ୍ ଟେନିସ ତାରକା ଷ୍ଟିଫାନସ ସିସିପାସ୍ ରବିବାର ପ୍ରଥମ ଏଟିପି ମଷ୍ଟର୍ସ ୧୦୦୦ ମୁକୁଟ କରାୟତ୍ତ କରିଥିଲେ। ମଣ୍ଟେ କାର୍ଲୋରେ ଖେଳାଯାଇଥିବା ଏହି କ୍ଲେ କୋର୍ଟ ପ୍ରତିଯୋଗିତାର ଫାଇନାଲ୍ରେ ସେ ୬-୩, ୬-୩ ସେଟ୍ରେ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କୁ ହରାଇଥିଲେ। ତାଙ୍କ ମା’ ଜୁଲିଆ ସାଲ୍ନିକୋଭା ୧୯୮୧ ମାସିହାରେ ଏଠାରେ କନିଷ୍ଠ ମୁକୁଟ ଜିତିଥିଲେ। ଉଭୟ ମା’ ପୁଅ ଏଠାରେ ଟ୍ରଫି ଜିତି ଥିବାରୁ ସିସିପାସ ବହୁତ ଖୁସି ହୋଇଛନ୍ତି। ‘‘ମୋତେ ଯେତେବେଳେ ୬ ବର୍ଷ ହୋଇଥିଲା ମୁଁ ପ୍ରଥମ ଥର ଏଠାକୁ ଆସିଥିଲି। ଏହା ପୂର୍ବରୁ ମୋ ମା’ କନିଷ୍ଠ ବର୍ଗରେ ଏଠାରେ ଟ୍ରଫି ଜିତି ସାରିଥିଲେ। ଏବେ ଏଠାରେ ମୁଁ ଟ୍ରଫି ଜିତି ସମ୍ମାନିତ ହୋଇଥିବାରୁ ବହୁତ ଖୁସି’’ ବୋଲି ମ୍ୟାଚ୍ ପରେ ସମ୍ବାଦିକମାନଙ୍କୁ ୨୨ ବର୍ଷୀୟ ସିସିପାସ କହିଛନ୍ତି। ସିସିପାସଙ୍କ ମା’ ସୋଭିଏତ ୟୁନିୟନ ପକ୍ଷରୁ ଫେଡେରେସନ୍ କପ୍ ମଧ୍ୟ ଖେଳିଛନ୍ତି। ଏଥିସହ ସେ ବିଶ୍ବ ମାନ୍ୟତାରେ ଜୀବନର ଶ୍ରେଷ୍ଠ ୧୩୦ତମ ସ୍ଥାନ ଅଧିକାର କରିଥିଲେ।
ମଣ୍ଟେକାର୍ଲୋରେ ମା’-ପୁଅଙ୍କ ଟ୍ରଫି ସଂଯୋଗ
/sambad/media/post_attachments/wp-content/uploads/2021/04/456f45h4fs65h4sf56h456fs4h65fs4h65fs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)