ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ଭାରତକୁ ଐତିହାସିକ ସଫଳତା ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ ମନୁ ଭାକର କାଂସ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ମନୁଙ୍କ ଏହି ସଫଳତା ପରେ ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରେ ପଦକ ମିଳିଥିବା ଖୁସିର କଥା।

Advertisment

ଅଲିମ୍ପିକ୍ସରେ ମନୁଙ୍କ ଏହି ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ତାଙ୍କ ମା’ ସୁମେଧା କହିଛନ୍ତି, ‘ମୁଁ ମନୁ ଓ ସରବଜୋତ ସିଂହ ଦୁହିଁଙ୍କୁ ନେଇ ବେଶ ଖୁସି ଅଛି। ଭଗବାନ ଆଜି ମୋ ଡାକ ଶୁଣିଛନ୍ତି। ଝିଅକୁ ତାର ପରିଶ୍ରମର ଫଳ ମିଳିଛି।

କୌଣସି ମ୍ୟାଚ ଚାଲିଥିବା ବେଳେ <ଆମଘରଲୋକ ନିଜକୁ ଭିତରୁ ଲକ କରି ଦେଇଥାଆନ୍ତି। ଘରର ଦ୍ବାର ସେତେବେଳେ ଯାଇ ଖୋଲିଥାଏ ଯେତେବେଳେ ଖେଳର ଫଳାଫଳ ଜଣାପଡ଼ିଥାଏ। ମ୍ୟାଚ ଚାଲିଥିବା ବେଳେ ଘରେ କ’ଣ ହେଉଥାଏ ତାହା ପଡ଼ିଶା ଲୋକ ବି ଜାଣି ପାରନ୍ତି ନାହିଁ।

ଆଜି ପର୍ଯ୍ୟନ୍ତ ମ୍ୟାଚ ଖେଳିବା ସମୟରେ ମୁଁ କେବେ ବି ଝିଅକୁ ଟେଲିଭିଜନରେ ଦେଖିନାହିଁ। ଦେଖିବାର ବି ସାହାସ ହୋଇ ନଥାଏ। ଏହି ସମୟରେ ମୁଁ ଏକ ନିରଳାସ୍ଥାନରେ ବସି ପ୍ରଭୁ ହନୁମାନଙ୍କ ଜପ କରିଥାଏ। ସେଦିନ ଅର୍ଥାତ ଟୋକିଓ ଅଲିମ୍ପିକ୍ସରେ ମନୁ ନିଜର ପ୍ରଦର୍ଶନ ଦେଖାଇବାଦିନ ମଙ୍ଗଳବାର ଥିଲା କିନ୍ତୁ ତାର ବନ୍ଧୁକ ଖରାପ ହୋଇଯାଇଥିଲା। ଆଜି ବି ସେହି ମଙ୍ଗଳବାର ଥିବାରୁ ମନରେ ଏକ ଭୟ ଥିଲା କି ଖେଳ ସମୟରେ କିଛି ତ୍ରୁଟି ନଦେଖା ଦେଉ। କିନ୍ତୁ ଭଗବାନ ମୋ ଡାକ ଶୁଣିଛନ୍ତି। ଝିଅକୁ ଏତେ ବଡ଼ ସଫଳତା ପ୍ରଦାନ କରିଛନ୍ତି।’