ଏସ୍‌ଜିଏଫ୍‌ଆଇ ମୋତି ଶ୍ରେଷ୍ଠ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର କୁର୍ନୁଲ୍‌ଠାରେ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜିଏଫ୍‌ଆଇ) ପକ୍ଷରୁ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ମୋତି ଜାନୀ ଶ୍ରେଷ୍ଠ ମହିଳା ଭାରୋତ୍ତୋଳକ ପୁରସ୍କାର ପାଇଛନ୍ତି। ଶୁକ୍ରବାର ୧୯ ବର୍ଷରୁ କମ୍‌ ମହିଳା ଭାରୋତ୍ତୋଳନରେ ସେ ପ୍ରଥମ ସ୍ଥାନରେ ରହିଥିଲେ। ୫୫ କିଲୋଗ୍ରାମ ବର୍ଗରେ ମ‌ୋତି ସ୍ନାଚ୍‌ରେ ୬୯ ଏବଂ କ୍ଲିନ୍‌ ଓ ଜର୍କରେ ୮୯ (ମୋଟ ୧୫୮) କିଲୋଗ୍ରାମ ଉଠାଇ ମୋତି ସ୍ବର୍ଣ୍ଣ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର