ଏସ୍‌ଜିଏଫ୍‌ଆଇ ଭାରୋତ୍ତୋଳନରେ ମୋତିଙ୍କୁ ସ୍ବର୍ଣ୍ଣ, ଯୁବତୀଙ୍କୁ କାଂସ୍ୟ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର କୁର୍ନୁଲ୍‌ଠାରେ ଭାରତୀୟ ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜିଏଫ୍‌ଆଇ) ପକ୍ଷରୁ ଆୟୋଜିତ ୧୯ ବର୍ଷରୁ କମ୍‌ ଭାରୋତ୍ତୋଳନରେ ଓଡ଼ିଶାର ମୋତି ଜାନୀ ସ୍ବର୍ଣ୍ଣ ଏବଂ ଯୁବତୀ ଦେହୁରୀ କାଂସ୍ୟ ପଦକ ଜିତିଛନ୍ତି। ୫୫ କିଲୋଗ୍ରାମ ବର୍ଗରେ ମୋତି ସ୍ନାଚ୍‌ରେ ୬୯ ଏବଂ କ୍ଲିନ୍‌ ଓ ଜର୍କରେ ୮୯ (ମୋଟ ୧୫୮) କିଲୋଗ୍ରାମ ଉଠାଇ ପ୍ରଥମ ସ୍ଥାନରେ ରହିଥିଲେ। ସେହିଭଳି ୫୯ କିଲୋଗ୍ରାମ ବର୍ଗରେ ତୃତୀୟ ସ୍ଥାନରେ ରହି ଯୁବତୀ କାଂସ୍ୟ ପାଇଥିଲେ।

ସମ୍ବନ୍ଧିତ ଖବର