ନୂଆଦିଲ୍ଲୀ: ହୋଣ୍ଡା ଦୁଇ ଚକିଆ ଯାନ ପ୍ରଥମ ଥର ପାଇଁ ଭାରତକୁ ମୋଟୋ-ଥ୍ରୀ ରେସ୍ ମେସିନ୍ ଆଣିବାକୁ ଯାଉଛି। ତା’ ସହ କଂପାନି ଭାରତରୁ ଜଣେ ବିଶ୍ୱସ୍ତରୀୟ ରେସର୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ତିନିଟି ରେସିଂ ଦଳ ହୋଣ୍ଡା ଏସିଆ ଡ୍ରିମ୍ ରେସିଂ, ଇଦେମିତସୁ ହୋଣ୍ଡା ଟିମ୍ ଏସିଆ ଏବଂ ହୋଣ୍ଡା ଟିମ୍ ଏସିଆ ଗଠନ କରିଛି। ଏହି ତିନିଟି ଦଳ ଭାରତୀୟ ରେସର୍ଙ୍କୁ ନେଇ ଏସିଆ ତଥା ବିଶ୍ୱର ବିଭିନ୍ନ ମୋଟର ସାଇକେଲ୍ ରେସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ। ଭାରତୀୟ ରେସର୍ମାନେ ୨୦୧୯ରୁ ମୋଟୋ-ଥ୍ରୀ ଇଞ୍ଜିନରେ ରେସିଂ କରିବେ ବୋଲି ଜଣାପଡ଼ିଛି।
ଭାରତରେ ମୋଟୋ-୩ ରେସ୍ ମେସିନ୍
/sambad/media/post_attachments/wp-content/uploads/2018/08/moto-gp3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)