ଭୁବନେଶ୍ବର: ଓଡ଼ିଶାରେ ମୋଟର ସ୍ପୋର୍ଟସ ଲାଗି ଏକ ଅନୁକୂଳ ପରିବେଶ ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟରେ ମୋଟର ସ୍ପୋର୍ଟସକୁ ସାର୍ବଜନୀନ ଏବଂ ସୁରକ୍ଷିତ ମୋଟର ଗାଡ଼ି ଚଳାଇବା ସହ ସୁଶିକ୍ଷାର ପ୍ରଚାର କରାଇବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଦୁଇଗୋଟି ପୁରୁଣା କ୍ଲବ୍ ରବିବାର ଭୁବନେଶ୍ୱର କ୍ଲବ୍ଠାରେ ଏକାଠି ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସର୍ବପୁରାତନ ଅନୁଷ୍ଠାନ ମୋସ୍କୋ (ମୋଟର୍ ସ୍ପୋର୍ଟସ କ୍ଲବ୍ ଅଫ୍ ଓଡ଼ିଶା) ଏବଂ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍ର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ସଙ୍କଳ୍ପ ବି ନେଇଛନ୍ତି। ଉଭୟ ସଂସ୍ଥାର ସମ୍ପାଦକ ନିଜ ଅନୁଷ୍ଠାନ ବିଷୟରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଏହା ପରେ ରାଜ୍ୟରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ବିଷୟରେ ବି ଚିନ୍ତାପ୍ରକଟ କରାଯାଇଥିଲା। ମୋଟର ଗାଡ଼ି ଚାଳକମାନଙ୍କୁ ସୁଶିକ୍ଷା ଦେବା ପାଇଁ ଉଦ୍ୟମ କରାଯିବ। ଶୃଙ୍ଖଳିତ ମୋଟର ସ୍ପୋର୍ଟସ ମାଧ୍ୟମରେ ଜନ ଜାଗରଣ କରାଇବା ଆମର ଏକମାତ୍ର ଉଦ୍ଦେଶ୍ୟ ବୋଲି କଳିଙ୍ଗ ମୋଟର୍ ସ୍ପୋର୍ଟସର ସମ୍ପାଦକ ରମେଶ ମହାପାତ୍ର ମତ ରଖିଥିଲେ। ‘ମୋସ୍କୋ’ର ଉପସଭାପତି ପ୍ରଦୀପ ସରକାର ମଧ୍ୟ ଅନୁଷ୍ଠାନର ସ୍ନୋଗାନ ‘କେୟାର, ଡେୟାର, ଏଞ୍ଜୟ’ ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି ବୋଲି ମତ ରଖିଥିଲେ। ଏକ ମିଳିତ ଫୋରମ୍ରେ ଉଭୟ ଅନୁଷ୍ଠାନ ପ୍ରତି ଜିଲ୍ଲାରେ ମୋଟର ସ୍ପୋର୍ଟସର ପ୍ରଚାର ଓ ପ୍ରସାର କରିବା ସହ ସଂଘ ଗଠନ ପାଇଁ ଖସଡ଼ା ପ୍ରସ୍ତୁତ କରିଥିବା ଏହି ଖେଳର ଅନ୍ୟତମ ପୁରୁଣା ବ୍ୟକ୍ତିତ୍ବ ରଶ୍ମିରଂଜନ କାନୁନ୍ଗୋ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଉଭୟ କ୍ଲବ୍ ମିଶି ପୁରୀଠାରେ ଏକ ଅନ୍ତର୍ଜାତୀୟ ସ୍ତରର ଡ୍ରାଗ୍ ରେସ୍ ମଧ୍ୟ ଆୟୋଜନ କରିବାକୁ ଯାଉଛନ୍ତି। ଏହାଦ୍ବାରା ଓଡ଼ିଶାର ଅଗଣିତ ମୋଟର ସ୍ପୋର୍ଟସପ୍ରେମୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରାଇବାର ସୁଯୋଗ ମିଳିବ। ଅନୌପଚାରିକ ବୈଠକରେ ମୋଟର ସ୍ପୋର୍ଟସ ଉତ୍ସାହୀମାନେ ଯୋଗଦେଇଥିବାରୁ ଜୁଲିଆ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶାରେ ମୋଟର୍ ସ୍ପୋର୍ଟସ୍ର ପୁନରୁଦ୍ଧାର ଯୋଜନା
ଓଡ଼ିଶାରେ ମୋଟର ସ୍ପୋର୍ଟସ ଲାଗି ଏକ ଅନୁକୂଳ ପରିବେଶ ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟରେ ମୋଟର ସ୍ପୋର୍ଟସକୁ ସାର୍ବଜନୀନ ଏବଂ ସୁରକ୍ଷିତ ମୋଟର ଗାଡ଼ି ଚଳାଇବା ସହ ସୁଶିକ୍ଷାର ପ୍ରଚାର କରାଇବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି।
/sambad/media/media_files/2025/07/01/aadsd-2025-07-01-06-23-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)