ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ବିଭାରାଣୀ ୬ ତାରିଖରେ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବିଭାରାଣୀଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମର ସାହସିକ କାର୍ଯ୍ୟ ଆମ ଯୁବ ସମାଜ ପାଇଁ ଏକ ବଡ ପ୍ରେରଣା। ଏହି ସାକ୍ଷାତ ସମୟରେ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ତାଳଚେର ମେରାମୁଣ୍ଡଳୀର ବିଭାରାଣୀ ୨୦୧୯ରେ ଲେହ ଲାଦାଖ୍ର ମାଉଣ୍ଟ ଷ୍ଟକ୍ କଙ୍ଗ୍ରି ଓ ୨୦୨୩ରେ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜୋରୋ ଆରୋହଣ କରିଛନ୍ତି। ଏହା ସହିତ ୨୦୧୯ରେ ସେ ଆବୁଧାବି ଅନ୍ତର୍ଜାତୀୟ ୟୁଥ ଲିଡର ଭାବେ ମଧ୍ୟ ସମ୍ମାନିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ
ତୁମର ସାହସିକ କାର୍ଯ୍ୟ ଯୁବ ସମାଜ ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2024/08/ssffhshfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)