ଭୁବନେଶ୍ବର: ତେଲେଙ୍ଗାନାର ଖମାମ୍ଠାରେ ଆୟୋଜିତ ୧୩ତମ ଜାତୀୟ ବରିଷ୍ଠ ସୁନ୍ଦର ସ୍ବାସ୍ଥ୍ୟ ଓ ଫିଜିକ୍ସ ସ୍ପୋର୍ଟ୍ସ ପ୍ରତିଯୋଗିତା ‘ମିଷ୍ଟର ଇଣ୍ଡିଆ-୨୦୨୧’ରେ ବିଚିତ୍ର ନାୟକ କାଂସ୍ୟ ପଦକ ଜିତିଛନ୍ତି। ସେ ୬୫ କିଲୋଗ୍ରାମ ବର୍ଗରେ ତୃତୀୟ ସ୍ଥାନରେ ରହି ଏହି ପଦକ ନିଶ୍ଚିତ କରିଥିଲେ। ତେବେ ୭୫ କେଜି ବର୍ଗରେ ଭାଗ ନେଇଥିବା ଜଗନ୍ନାଥ ଖୁଣ୍ଟିଆ ଚତୁର୍ଥ ସ୍ଥାନରେ ରହି ଅଳ୍ପରେ ପଦକରୁ ବଞ୍ଚିତ ହୋଇଥିଲେ। ଏହି ସଫଳତା ଲାଗି ଉଭୟଙ୍କୁ ଓଡ଼ିଶା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ବିଚାରକ ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ବରେ ଏକ ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା। ପ୍ରତିଯୋଗୀଙ୍କ ସହ ଜାତୀୟ ବିଚାରକ ଊମାଚରଣ ଶତପଥୀ, ଲଲାଟେନ୍ଦୁ ପାତ୍ର, ରାଜେଶ ବାବୁ ଆଚାରୀ ଅଫିସିଆଲ୍ ଭାବେ ଯୋଗ ଦେଇଥିଲେ।
ମିଷ୍ଟର ଇଣ୍ଡିଆ ସୁନ୍ଦର ସ୍ବାସ୍ଥ୍ୟରେ ବିଚିତ୍ରଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2022/01/dg654ad654gda654gda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)