ଭୁବନେଶ୍ବର : ଭୁବନେଶ୍ବର ଚେସ୍ ସଂଘ ଓ ଓଡ଼ିଶା ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାଜ୍ୟ ରାପିଡ ଚେସ୍ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ମିଶ୍ର ବିଜେତା ହୋଇଛନ୍ତି। ଏଠାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଫିଡେ ମାଷ୍ଟର ସୌମ୍ୟ (୨୧୯୭ ମାନ୍ୟତା) ୭ ରାଉଣ୍ଡ ସ୍ବିସ୍ରେ ୬ ପଏଣ୍ଟ୍ ପାଇ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଏଠାରେ ବିଜେତା ହୋଇ ସୌମ୍ୟ ମଧ୍ୟ ୨୪ ଫିଡେ ମାନ୍ୟତା ପଏଣ୍ଟ୍ କରାୟତ୍ତ କରିଛନ୍ତି। ହର୍ଷିତ ରଞ୍ଜନ ସାହୁ, ପ୍ରିୟାଂଶ ଦାସ, ମାନସ ରଞ୍ଜନ ପରିଡ଼ା ୫.୫ ପଏଣ୍ଟ୍ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ। ରାଜେନ୍ଦ୍ର କୁମାର ସାହୁ, ବିକାଶ କୁମାର ଲେଙ୍କା, ଧୀରେନ୍ଦ୍ର କୁମାର ଦାସ, ରବୀନ୍ଦ୍ର କୁମାର ଓଝା, ଶ୍ରୀୟାଂଶ ଦାସ (୫ ପଏଣ୍ଟ୍ ଲେଖାଏଁ) ଏବଂ ସ୍ବପ୍ନୀଲ ପ୍ରିୟଦର୍ଶୀ, ଲରେନ୍ସ ପ୍ରଧାନ ଓ ମାନସ ରଞ୍ଜନ ମହାରଣା (୪.୫ ପଏଣ୍ଟ୍ ଲେଖାଏଁ) ଶୀର୍ଷ ୧୨ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ପ୍ରତୀକ କୁଶାଲ ରାଉତ, ଅଦିତି ମହାରଣା, ଶ୍ରଦ୍ଧା ସ୍ମରଣିକା ନନ୍ଦ, ସାଇ ଶକ୍ତି ପଣ୍ଡା, ତ୍ରିଦେବ ତୀର୍ଥଙ୍କର, ଅଂଶୁଲ ପଣ୍ଡା, ଆରିନ ଅନ୍ବେଷ ସ୍ବାଇଁ, ଇଶାନୀ ଦାସ, ପ୍ରଜ୍ଞାଶ୍ରୀ ଦେହୁରୀ, ରାଧାଶ୍ୟାମ ମିଶ୍ର ପୁରସ୍କାର ପାଇଥିଲେ। ତନ୍ମୟ ତ୍ରିପାଠୀ, ହସିତା ସିଂହ, ଲଳିତ ରଞ୍ଜନ ସାହୁ, ଅମ୍ଳାନ ସେନାପତି, ଅଂଶୁମାନ ପଟ୍ଟନାୟକ, ନମଶ୍ୟା ନଳିନୀଙ୍କୁ ସ୍ବତନ୍ତ୍ର ପୁରସ୍କାର ମିଳିଥିଲା। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପଞ୍ଜାବ ଓ ସିନ୍ଦ୍ ବ୍ୟାଙ୍କ୍ର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ମନମୋହନ ଖିଲାର, ସୋଭାନିୟ ଆନ୍ଦୋଳନ ନିର୍ଦେଶକ ଅରୁନ୍ଧତୀ ଦେବୀ, ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସ୍ପେକ୍ଟର ପ୍ରିୟଦର୍ଶିନୀ ନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଭୁବନେଶ୍ବର ଚେସ୍ ସଂଘର ଦେବାଶିଷ ପାଣିଗ୍ରାହୀ ଏବଂ ସୋଭାନିୟ ଶିକ୍ଷାଶ୍ରମ (ପ୍ରଶାନ୍ତି ବିହାର-ପଟିଆ) ଶାଖାର ନିର୍ଦେଶକ ଦୟାନିଧି ରାଉତ ଉପସ୍ଥିତ ଥିଲେ।
ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାପିଡ୍ ଚେସ୍: ସୌମ୍ୟ ବିଜେତା
/sambad/media/post_attachments/wp-content/uploads/2021/02/s1b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)