ଧୋନିଙ୍କ ଠାରୁ ରୋହିତ-କୋହଲିଙ୍କ ଦରମା ହେଲା ଅଧିକ, ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ସାମି ବାହାର

ବିରାଟ-ରୋହିତ ବର୍ଷକୁ ଦରମା ପାଇବେ ୭ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବୁଧବାର ନୂତନ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ଦରମାରେ ପରିବର୍ତ୍ତନ ଅଣାଯାଇଛି। ଏହାକୁ ୪ଟି ବିଭାଗରେ ବଣ୍ଟନ କରାଯାଇଛି। ୨୦୧୭ ଅକ୍ଟୋବରରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରେଡ-ଏ+ରେ ସାମିଲ ଖେଳାଳିଙ୍କୁ ୭ କୋଟି ଟଙ୍କା ମିଳିବ। ଗ୍ରେଡ-ଏରେ ୫ କୋଟି, ଗ୍ରେଡ-ବିରେ ୩ କୋଟି ଓ ଗ୍ରେଡ ସିରେ ୧ କୋଟି ଟଙ୍କା ବର୍ଷକୁ ପାଇବେ।

ବିସିସିଆଇ ସବୁଠାରୁ ବଡ଼ ନିଷ୍ପତ୍ତି ନେବାକୁ ଯାଇ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରି ଦେଇଛି। ବିସିସିଆଇ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଚୁକ୍ତି ତାଲିକା ଜାରି କରିଛି। ଏବର୍ଷ ବିସିସିଆଇ ଯଶପ୍ରୀତ ବୁମରା ଓ ଭୁବନେଶ୍ୱର କୁମାରକୁ ଏ+ ବର୍ଗରେ ସାମିଲ କରିଛି। ଏହା ବ୍ୟତୀତ ଏ+ ବର୍ଗରେ ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲିଙ୍କୁ ମଧ୍ୟ ସ୍ଥାନ ମିଳିଛି। ଟମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଏ ବର୍ଗରେ ରଖାଯାଇଛି।

ଗ୍ରେଡ-ଏ+

ବିରାଟ କୋହଲି
ରୋହିତ ଶର୍ମା
ଶିଖର ଧାଓ୍ଵନ
ଭୁବନେଶ୍ୱର କୁମାର
ଯଶପ୍ର୍ରୀତ ବୁମରା

ଗ୍ରେଡ-ଏ

ମହେନ୍ଦ୍ର ସିଂ ଧୋନି
ରବିଚନ୍ଦ୍ରନ ଅଶ୍ୱିନ
ରବୀନ୍ଦ୍ର ଜାଡେଜା
ମୁରଲି ବଜୟ
ଚେତେଶ୍ୱର ପୂଜାର
ଆଜିଙ୍କ୍ୟ ରାହାଣେ
ଋଦ୍ଧିମାନ ଶାହ

ଗ୍ରେଡ-ବି

ଲୋକେଶ ରାହୁଲ
ଉମେଶ ଯାଦବ
କୁଳଦୀପ ଯାଦବ
ଯୁଜବେନ୍ଦ୍ର ଚହଲ
ଈଶାନ୍ତ ଶର୍ମା
ଦିନେଶ କାର୍ତ୍ତିକ

ଗ୍ରେଡ-ସି

କେଦାର ଯାଧବ,
ମନୀଷ ପାଣ୍ଡେ,
ଅକ୍ଷର ପଟେଲ,
କରୁଣ ନାୟର,
ସୁରେଶ ରାଇନା,
ଜୟନ୍ତ ଯାଦବ

ସେହିଭଳି ମହିଳା ଖେଳାଳିଙ୍କ ପାଇଁ ୨୦୧୭ ଅକ୍ଟୋବରରୁ ୨୦୧୮ ଅକ୍ଟୋବର ପର୍ଯ୍ୟନ୍ତ ଗ୍ରେଡ-ଏ ପାଇଁ ୫୦ ଲକ୍ଷ, ଗ୍ରେଡ-ବି ପାଇଁ ୩୦ ଲକ୍ଷ ଓ ଗ୍ରେଡ-ସି ପାଇଁ ୧୦ଲକ୍ଷ ଟଙ୍କା ଦିଆଯିବ। ବିସିସିଆଇ ଘରୋଇ କ୍ରିକେଟରେ ମ୍ୟାଚ୍‌ର ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର