‘ସିଓଏ’ର ନୂଆ ଫର୍ମୁଲା ପରେ କ’ଣ ହେବ ଧୋନିଙ୍କ କଣ୍ଟ୍ରାକ୍ଟ ଗ୍ରେଡ!

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବିସିସିଆଇର ଶ୍ରେଷ୍ଠ ଗ୍ରେଡ କଣ୍ଟ୍ରାକ୍ଟରେ ସ୍ଥାନ ମିଳିବା ନେଇ ସନ୍ଦେହ କରାଯାଉଛି। କୁହାଯାଉଛି ଯେ, କ୍ରିକେଟ ପ୍ରଶାସକ ସମିତି(ସିଓଏ) ବୁଧବାର କଣ୍ଟ୍ରାକ୍ଟ ପାଇଁ ନୂଆ ଫର୍ମୁଲା ପ୍ରସ୍ତୁତ କରୁଛନ୍ତି। ସିଓଏ ଏ+, ଏ, ବି, ସି ଫର୍ମୁଲା ହିସାବରେ ୪ଟି ଗ୍ରେଡ ପ୍ରସ୍ତୁତ କରିଛି। ଏଥି ପାଇଁ ଦୀର୍ଘ ଦିନର ଅପେକ୍ଷା ପରେ ଭାରତୀୟ କ୍ରିକେଟରଙ୍କୁ ଦରମା ମିଳିବା ଏକ ପ୍ରକାରର ରାସ୍ତା ସଫା ହୋଇଛି। ବର୍ତମାନ ଧୋନି କେନ୍ଦ୍ରୀୟ କଣ୍ଟ୍ରାକ୍ଟ ଗ୍ରେଡ-ଏରେ ବିରାଟ କୋହଲି, ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନ, ଆଜିଙ୍କ୍ୟ ରାହାଣେ ଓ ମୁରଲୀ ବିଜୟ ସାଥୀରେ ଅଛନ୍ତି।

ଗ୍ରେଡ ନିର୍ଦ୍ଧାରଣ ପାଇଁ ଖେଳାଳିଙ୍କୁ ୩ଟି ଯାକ ଫର୍ମାଟରେ ଖେଳା ଯିବା ନେଇ ଆଲୋଚନା ହୋଇଛି, ଯେଉଁଥିରେ କି ୩୬ ବର୍ଷିଅ ଧୋନି ବିସିସିଆଇର ଗାଇଡଲାଇନରେ ଫିଟ କି ନୁହେଁ ତାହା ସନ୍ଦେହ ଘେରରେ ରହିଛି। କାରଣ ଧୋନି ଟେଷ୍ଟରୁ ସନ୍ୟାସ ନେଇଛନ୍ତି। ଏମିତି ବି ଧୋନି ଶ୍ରେଷ୍ଠ ଗ୍ରେଡ ହାସଲ କରିବା ସ୍ପଷ୍ଟ ହୋଇ ନାହିଁ। କ୍ରିକେଟ ପ୍ରଶାସକ ସମିତି ଖୁବ୍‌ ଶୀଘ୍ର ଗ୍ରେଡ ସମ୍ବନ୍ଧିତ ନିର୍ଦ୍ଦେଶ ବିସିସିଆଇର ଆର୍ଥିକ ସମିତିକୁ ଦାଖଲ କରିବ।

ସମ୍ବନ୍ଧିତ ଖବର