ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ସୂଚନା। ସେ ଆଗାମୀ ଦିନରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଖେଳିବେ କି ନାହିଁ ଚିନ୍ତା କରି ପ୍ରଶଂସକ ଚିନ୍ତାରେ ଥିବା ବେଳେ ଏକ ଇଭେଣ୍ଟ୍ରେ ଧୋନୀଙ୍କ ମନ୍ତବ୍ୟ ସେ ଚିନ୍ତା ଦୂର କରିଛି।
ଧୋନୀ ଆଗାମୀ ଦିନରେ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିବା ତାହାକୁ ୪୩ ବର୍ଷୀୟ କ୍ରିକେଟଙ୍କ ମନ୍ତବ୍ୟ ଗୁଜବରେ ପରିଣତ କରିଛି।
ଧୋନି ସଫ୍ଟୱେୟାର ବ୍ରାଣ୍ଡ ରିଗି ପାଇଁ ଏକ ପ୍ରମୋସନାଲ ଇଭେଣ୍ଟରେ କହିଛନ୍ତି ଯେ, ‘‘ଆଗାମୀ କିଛି ବର୍ଷ ପାଇଁ କ୍ରିକେଟ୍ ଖେଳିବା ପାଇଁ ମୁଁ ନିଜକୁ ଉତ୍ତମ ଭାବେ ଗଢ଼ିବାକୁ ଚାହେଁ।’’
ସେ ଆହୁରି ବି କହିଛନ୍ତି କି, ‘‘ଯେତେବେଳେ ଆପଣ ଏକ ବୃତ୍ତିଗତ ଖେଳ ପରି କ୍ରିକେଟ୍ ଖେଳ, ସେତେବେଳେ ଖେଳ ପରି ଏହାକୁ ଉପଭୋଗ କରିବା କଷ୍ଟକର ହୋଇଯାଏ। ମୁଁ ଏହାକୁ କରିବାକୁ ଚାହେଁ। ଏହା ସହଜ ନୁହେଁ। ଖେଳିବା ବେଳେ ଏକ ଭାବପ୍ରବଣ ମନରେ ଥାଏ ଯେ ମୁଁ ଏକ ଦଳ ପାଇଁ ପ୍ରତିଶ୍ରୁତିଦ୍ଧ। ମାତ୍ର ଆଗାମୀ କିଛି ବର୍ଷ ମୁଁ ଖେଳକୁ ଉପଭୋଗ କରିବାକୁ ଚାହେଁ।’’
ଧୋନୀଙ୍କର ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ସେ ଆଇପିଏଲ୍କୁ ଲକ୍ଷ୍ୟ କରି କହିଛନ୍ତି। କେବଳ ୨୦୨୫ ନୁହେଁ ବରଂ ଆହୁରି ୨-୩ ବର୍ଷ ସେ ଆଇପିଏଲ୍ ଖେଳିପାରନ୍ତି ବୋଲି ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/26/pvZG6yHXPdMYUXSuoPCm.jpg)