ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂହ ଧୋନି ଗ୍ରେଡ-ଏ+ ପ୍ରସ୍ତାବ ଆଣିଥିଲେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଗ୍ରେଡ-ଏ+ ବ୍ୟବସ୍ଥା ଲାଗୁ କରିଛି। ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୫ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଗ୍ରେଡ-ଏ+ରେ ସାମିଲ ହୋଇଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିବ। କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ପାଇଁ ଗ୍ରେଡ-ଏ+ ଲାଗୁ କରିବାକୁ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ଅନିଲ କୁମ୍ବଲେ ବରିଷ୍ଠ ଖେଳାଳିଙ୍କ ପାଇଁ ନୂତନ ପାରିଶ୍ରମିକ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଆଣିଥିଲେ। ସର୍ବ ପ୍ରଥମେ ସେ ବରିଷ୍ଠ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ପରେ ଏହାକୁ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କ୍ରିକେଟ ପ୍ରଶାସକ କମିଟି ସମ୍ମୁଖରେ ଉପସ୍ଥାପନା କରାଯାଇଥିଲା।
କୁମ୍ବଲେ ଗତ ବର୍ଷ କୋଚ ପଦରୁ ଓହରିବା ପୂର୍ବରୁ ସିଓଏ ଏବଂ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ବରିଷ୍ଠ ଖେଳାଳିଙ୍କ ପାରିଶ୍ରମିକ କିଭଳି ହେବା ଦରକାର ସେ ନେଇ ଉପସ୍ଥାପନା କରିଥିଲେ। ସେହି ସମୟରେ କୁମ୍ବଲେ ଶ୍ରେଷ୍ଠ ଖେଳାଳିଙ୍କୁ ୫ କୋଟି ଟଙ୍କା ପାରିଶ୍ରମିକ ଦେବାକୁ ପ୍ରସ୍ତାବ ରଖିଥିଲେ।