ସିଡନୀରେ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ, ପୂରଣ କଲେ ୧୦,୦୦୦ ରନ୍‌

ସିଡନୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଦିନିକିଆରେ ଧୋନି ନିଜର ବହୁ ପ୍ରତିକ୍ଷୀତ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଧୋନିଙ୍କ ବ୍ୟାଟରୁ ଏହା ଦେଖିବା ପାଇଁ କୋଟି କୋଟି କ୍ରିକେଟ ପ୍ରଶଂସକ ଅପେକ୍ଷା କରିଥିଲେ। କ୍ରିକେଟ ଇତିହାସରେ ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି କରିଥିବା ଧୋନି ଭାରତୀୟ କ୍ରିକେଟକୁ ୧୦,୦୦୦ ରନ୍‌ ଦେବାକୁ ବହୁ ଦିନର ଲକ୍ଷ୍ୟ ରଖିଥିଲେ, ଯାହାକି ଶକ୍ତିଶାଳୀ ଟିମ୍‌ ଅଷ୍ଟ୍ରେଲିଆ ବିରୋଧରେ ସେ ପୂରଣ କରିଛନ୍ତି। ସବୁଠାରୁ ବଡ଼ କଥା ଯେ, ଏହି ଲକ୍ଷ୍ୟ ପୂରଣ କରିବାକୁ ଧୋନିଙ୍କୁ ଦୀର୍ଘ ୨ ମାସ ଅପେକ୍ଷା କରିବାକୁ ପଡ଼ିଛି।

ଧୋନି ଭାରତ ପାଇଁ ଦିନିକିଆ କ୍ରିକେଟରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ରନ୍‌ କରିବା ପରେ ସେ ୧୦,୦୦୦ ରନ୍‌ କ୍ଲବରେ ସାମିଲ ହୋଇଯାଇଛନ୍ତି। ଏହା ପୂର୍ବରୁ ଧୋନି ଭାରତ ପାଇଁ ୯୯୯୯ ରନ୍‌ କରିଥିଲେ। ବର୍ଷ ୨୦୧୮ ନଭେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳି ଧୋନି ୯୯୯୯ ରନ୍‌ ପୂରଣ କରିଥିଲେ।

ଦିନିକିଆରେ ୧୦,୦୦୦+ ରନ କରିଥିବା ଭାରତୀୟ

୧) ସଚିନ ତେନ୍ଦୁଲକର: ୧୮,୪୨୬ ରନ୍‌
୨) ସୌରଭ ଗାଙ୍ଗୁଲି: ୧୧, ୩୬୩ ରନ୍‌
୩) ରାହୁଲ ଦ୍ରାବିଡ଼: ୧୦,୨୩୫ ରନ୍‌
୪) ବିରାଟ କୋହଲି: ୧୦,୨୩୫ ରନ୍‌
୫) ମହେନ୍ଦ୍ର ସିଂହ ଧୋନି: ୧୦,୨୨୪ ରନ୍‌

ସୂଚନାଯୋଗ୍ୟ ଧୋନି ପୂର୍ବରୁ ୧୦,୦୦୦ ରନ୍‌ ପୂରଣ କରିଥିଲେ କିନ୍ତୁ ଏଥିରୁ ସେ ୧୭୪ ରନ ଏସିଆ ଏକାଦଶ ପାଇଁ କରିଥିଲେ। ଧୋନି ଏହି ରନ୍‌ ଆଫ୍ରିକା ଏକାଦଶ ବିରୋଧରେ ଏସିଆ ଏକାଦଶ ତରଫରୁ ଖେଳି ହାସଲ କରିଥିଲେ।

ସମ୍ବନ୍ଧିତ ଖବର