ଡେରାଡୁନରେ ପତ୍ନୀ ଓ ଝିଅଙ୍କ ସହ ଛୁଟି ମନାଇଲେ ‌ଧୋନୀ, ନେଲେ ବରଫର ମଜା

ନୂଆଦିଲ୍ଲୀ: ଅନେକ ସମୟରେ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ମଜା କରୁଥିବା ବେଳେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବନତ ଅଧିନାୟକ ଧୋନୀଙ୍କ ଫଟୋ ଓ ଭିଡିଓ ପୂର୍ବରୁ ଭାଇରାଲ୍‌ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିବା ଧୋନୀ ଏବେ ପରିବାର ସହିତ ଉତ୍ତରାଖଣ୍ଡର ଡେରାଡୁନରେ ଛୁଟି ମନାଉଛନ୍ତି । ଏକ ଶୈଳନିବାସରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହିତ ଧୋନୀ ଏବେ ଏହି ଛୁଟି ମନାଉଛନ୍ତି । ଏତିକି ବେଳେ ସାମ୍ନାକୁ ଆସିଛି ଏକ ଅଜବ ଚିତ୍ର । ଯାହା ସ୍ପଷ୍ଟ କରୁଛି କିଭଳି ଭାବରେ ଧୋନୀ ଶୈଳନିବାସରେ ବରଫପାତର ମଜା ନେଉଛନ୍ତି । ଶୈଳନିବାସର ବାଲକୋନିରେ ପ୍ରବଳ ତୁଷାରପାତ ପରେ ଜମି ରହିଛି ବରଫ । ଏହାକୁ ସପରିବାର ମିଶି ସଫା କରୁଛନ୍ତି ।

 

ବରଫ ସଫା କରିବା ପରେ ଏହାକୁ ଏକ ସ୍ଥାନରେ ଜମା କରିବା ପରେ ଧୋନୀ , ଝିଅ ଜିଭା ପାଇଁ ତିଆରି କରୁଛନ୍ତି ଏକ ବରଫରେ ମଣିଷ ମୂର୍ତ୍ତି । ଏହାର ଫଟୋ ଓ ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଯାହା ହେଉ ନା କାହିଁକି କ୍ରିକେଟରୁ ଦୂରରେ ରହିଥିବା ଧୋନୀ ତାଙ୍କର ପୂରା ସମୟକୁ ପରିବାର ସହିତ ଖୁସିରେ ମନାଉଛନ୍ତି । ସାରା ଦେଶର କ୍ରିକେଟ ପ୍ରେମୀ ଧୋନୀଙ୍କୁ ଅପେକ୍ଷା କରିଛନ୍ତି ସେ କେବେ ଫେରିବେ କ୍ରିକେଟ ମୈଦାନକୁ । ହେଲେ ଧୋନୀ ଏବେ ଡେରାଡୁନରେ ପ୍ରକୃତିର ମଜା ନେବାରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର