କୋଲକାତା: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ମେଣ୍ଟାଲ କଣ୍ଡିସନିଙ୍ଗ କୋଚ୍ ପେଡି ଅପ୍ଟନ କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଯେତେବେଳେ ଦିନିକିଆ ଟିମ୍ର ଅଧିନାୟକ ଥିଲେ, ସେ ସୁନିଶ୍ଚିତ କରୁଥିଲେ ଯେ, କୌଣସି ଖେଳାଳି ଅଭ୍ୟାସ ପାଇଁ ବିଳମ୍ବରେ ନ ଆସନ୍ତୁ। ନିଜର ନୂତନ ପୁସ୍ତକ ‘ଦ ବେୟରପୁଟ କୋଚ’ର ଏକ କାର୍ଯ୍ୟକ୍ରମ ଅବସରରେ ସେ ଏହା କହିଛନ୍ତି।
ଅପ୍ଟନ କହିଛନ୍ତି ଯେକୌଣସି ପ୍ରକାରରେ ସେହି ସମୟରେ ଟେଷ୍ଟ ଅଧିନାୟକ ଅନିଲ କୁମ୍ବଲେ ଏବଂ ଦିନିକିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂତନ ଶୈଳୀ ଏବଂ ଚିନ୍ତାଧାରା ନେଇକି ଆସିଥିଲେ। ସେ କହିଛନ୍ତି, ମୁଁ ଯେତେବେଳେ ଭାରତୀୟ ଟିମ ସହିତ ଜଡ଼ିତ ହୋଇଥିଲି, ସେହି ସମୟରେ ଅନିଲ କୁମ୍ବଲେ ଟେଷ୍ଟ ଟିମ ଏବଂ ଧୋନି ଦିନିକିଆ ଟିମର ଅଧିନାୟକ ଥିଲେ। ଆମ ଟିମରେ ଭଲ ଭଲ ସ୍ୱଶାସନ ପ୍ରକ୍ରିୟା ଥିଲା। ଆମେ ଟିମ୍କୁ କହିଥିଲୁ ଯେ, ଅଭ୍ୟାସ ଏବଂ ଟିମ୍ ବୈଠକ ପାଇଁ ଠିକ୍ ସମୟରେ ଆସିବା ଜରୁରୀ।
ଅପ୍ଟନ କହିଛନ୍ତି, ଏଥିପାଇଁ ଆମେ ଟିମକୁ କହିଥିଲୁ ଯେ, କୌଣସି ଖେଳାଳି ବିଳମ୍ବରେ ଆସୁଥିଲେ, ଏମିତି କ’ଣ ଜିନିଷ ଅଛି, ଯାହା କି ସେ ଛାଡିକି ଆସିପାରିବ। ଆମେ ନିଜ ନିଜ ଭିତରେ ଏସଂପର୍କରେ ଆଲୋଚନା କରିଥାଉ।