ନୂଆଦିଲ୍ଲୀ: ଆଇସିସି ବିଶ୍ୱ କପ୍ ୨୦୧୯ର ସେମିଫାଇନଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଟିମ୍ରୁ ବାହାରି ଯାଇଥିଲେ। ଏହାପରେ ଧୋନି ୨୦ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ଇଣ୍ଡିୟନ୍ ପ୍ରିମିୟର ଲିଗ (ଆଇପିଏଲ୍-୨୦୨୦) ଜରିଆରେ କ୍ରିକେଟ ପଡ଼ିଆକୁ ଓହ୍ଲାଇବେ। ଏହାକୁ ନେଇ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳୁଛି।
ଆଇପିଏଲ୍-୨୦୨୦ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଧୋନିଙ୍କୁ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ କରୁଥିବା ଦେଖିବାକୁ ମିଳିଛି।
ଧୋନି ଜୈବିକ ଚାଷ ଶିଖୁଥିବାର ଏହି ୨ ମିନିଟର ଭିଡିଓକୁ ସୋସିଆଲ୍ ମିଡିଆ ସାଇଟ ଫେସ୍ବୁକ୍ରେ ସେୟାର କରିଛନ୍ତି। ରାଞ୍ଚିରେ ଧୋନି ନିଜ ଚାଷ ଜମିରେ ପୂଜାର୍ଚ୍ଚନା ମଧ୍ୟ କରୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଧୋନିଙ୍କ ଏଭଳି ନୂଆ ଅବତାର ଦେଖି ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଧୋନି ରିଟାୟରମେଣ୍ଟ୍ ପ୍ଲାନିଂ କରୁଥିବା ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଧୋନି ସେୟାର କରିଥିବା ଏହି ଭିଡିଓରେ କ୍ୟାପସନ୍ ଲେଖି କହିଛନ୍ତି, ରାଞ୍ଚିରେ ୨୦ଦିନରେ ତରଭୂଜ ଓ ଅମୃତଭଣ୍ଡା ଜୈବିକ ଚାଷ ଆରମ୍ଭ କରିଛି। ପ୍ରଥମ ଥର ମୁଁ ଏତେ ମାତ୍ରାରେ ଉତ୍ସାହ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ms_dhoni_farming_watermelon_and_papaya_photo_fb_1582767523.jpg)