ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର (୨୦୧୮ ଜୁଲାଇ ୦୭) ୩୭ ବର୍ଷ ପୂରଣ କରିଛନ୍ତି। ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। କିଛି ସ୍ଥାନରେ ଧୋନିଙ୍କ ଜନ୍ମଦିନ ପାଳନ ମଧ୍ୟ ହୋଇଛି। ଧୋନିଙ୍କ ଜନ୍ମଦିନ ଅବସରରେ ଅନେକ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଭାରତୀୟ କ୍ରିକେଟର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେଓ୍ଵାଗ ମଧ୍ୟ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୀରୁଙ୍କ ଜନ୍ମଦିନ ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଛି।

Advertisment

ବୀରେନ୍ଦ୍ର ସେହେଓ୍ଵାଗ ଟୁଇଟରରେ ଧୋନିଙ୍କ ନ୍ୟୁଜିଲାଣ୍ଡ ବିରୋଧରେ ଷ୍ଟମ୍ପିଙ୍ଗରୁ ବଞ୍ଚିବା ପାଇଁ ପୂରା ପାଦକୁ ଷ୍ଟ୍ରେଚ କରୁଥିବା ଫଟୋକୁ ସେୟାର କରି ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ଏମ୍‌.ଏସ୍‌. ଧୋନି। ଆପଣଙ୍କ ଜୀବନ ଏହି ଷ୍ଟ୍ରେଚ ଠାରୁ ମଧ୍ୟ ଦୀର୍ଘ ହେଉ। ଆପଣଙ୍କୁ ନିଜ ଜୀବନରେ ଆପଣଙ୍କ ଷ୍ଟମ୍ପିଙ୍ଗ ଠାରୁ ମଧ୍ୟ ଅଧିକ ଖୁସି ମିଳୁ। ଓଃ ଫିନିଶାୟ ନମଃ’

ସୋସିଆଲ ମିଡିଆରେ ବୀରୁଙ୍କ ଏହି ପୋଷ୍ଟ ପରେ ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି, ସେହେଓ୍ଵାଗ ସାରଙ୍କ କ୍ୟାରିୟରର ଫିନିସରକୁ ଜନ୍ମଦିନର ଶୁଭେଚ୍ଛା। ଏହା ପରେ ବୀରୁ ଯଥାଶୀଘ୍ର ପ୍ରଶଂସକଙ୍କୁ ଜବାବ ଦେଇ ଲେଖିଛନ୍ତି, ଭୁଲ ପୋଷ୍ଟ।’

publive-image

ଏହା ଏକ ରହସ୍ୟ ଯେ, ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ନେବା ପରେ କିଛି ବରିଷ୍ଠ ଖେଳାଳିଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ଚୟନ କରିବାକୁ ଭାରତୀୟ ଟିମ ପରିଚାଳନାକୁ କହିଥିଲେ। ଧୋନି ଓ କିଛି ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଅନେକ କାହାଣୀ ଲୋକଲୋଚନକୁ ଆସିଛି।

ସୂଚନାଯୋଗ୍ୟ ଧୋନି ୨୦୦୪ ଡିସେମ୍ବର ୨୩ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ବାଂଲାଦେଶ ବିପକ୍ଷରେ ଦିନିିକିଆରେ ଡେବ୍ୟୁ କରିଥିଲେ। ସେହି ମ୍ୟାଚରେ ଧୋନି ପ୍ରଥମ ବଲରେ ଆଉଟ ହୋଇଥିଲେ। ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୧୬ଟି ଶତକ ଓ ୧୦୨ ଅର୍ଦ୍ଧଶତକ ସହିତ ୧୬,୩୩୦ ରନ୍‌ ସଂଗ୍ରହ କରିଛନ୍ତି।