ନୂଆଦିଲ୍ଲୀ: ଜାନୁଆରି ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏହି ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମାରୋହ ପୂର୍ବରୁ ଅଯୋଧ୍ୟା ସହରକୁ ସୁନ୍ଦର ଭାବେ ସଜାଯାଉଛି।  ଏହି କାର୍ଯ୍ୟକ୍ରମ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇସାରିଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହଜାର ହଜାର ଅତିଥି ଯୋଗଦେବେ ।

Advertisment

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ କରାଯିବା ପରେ ଏବେ ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି। ସୋମବାର ଝାଡ଼ଖଣ୍ଡ ବିଜେପି ସଂଗଠନ ମନ୍ତ୍ରୀ କର୍ମବୀର ସିଂ, ମହେନ୍ଦ୍ର ସିଂ ଧୋନିଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଏହାପୂର୍ବରୁ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ମହେନ୍ଦ୍ର ସିଂ ଧୋନି, ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ହରଭଜନ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ?