ଭିଡ଼ିଓରେ ଦେଖନ୍ତୁ ଧୋନିଙ୍କ ମହାନତା: ତଳେ ପଡ଼ିବା ପୂର୍ବରୁ ଉଠାଇ ନେଲେ ତ୍ରିରଙ୍ଗା

ହାମିଲଟନ୍‌: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୁଳ ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଆଉ ଏକ ମହାନତା ରବିବାର ନ୍ୟୁଜିଲାଣ୍ଡର ହାମିଲଟନ୍‌ସ୍ଥିତ ସେଡନ ପାର୍କରେ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଠାରୁ ୪ ରନ୍‌ରେ ଭାରତ ପରାସ୍ତ ହେବା ସହିତ ଶୃଙ୍ଖଳା ହାରିବା ପରେ ମଧ୍ୟ ଧୋନି ଏକ ମହାନ କାମ କରି କିଛି ଦର୍ଶକଙ୍କୁ ଆତ୍ମ ସନ୍ତୋଷ ଦେଇଛନ୍ତି।

ଅସଲ କଥା ହେଲା ମ୍ୟାଚ ସମୟରେ ଜଣେ ପ୍ରଶଂସକ ସୁରକ୍ଷା ବ୍ୟବସ୍ଥାକୁ ଏଡାଇ ଷ୍ଟାଡିୟମ ଭିତରକୁ ଦୌଡ଼ିଥିଲେ। ସେ ହାତରେ ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’ ଧରିଥିଲେ। ପ୍ରଶଂସକ ଜଣକ ଧୋନିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରିଥିଲେ। ମାତ୍ର ଉପସ୍ଥିତ ବୁଦ୍ଧି ସଂପନ୍ନ ଧୋନି ପ୍ରଶଂସକଙ୍କ ଧରିଥିବା ଜାତୀୟ ପତାକା କାଳେ ତଳେ ପଡ଼ିଯିବ ସେଥିପାଇଁ ସେ ଏହାକୁ ଛଡ଼ାଇ ନେଇଥିଲେ।

ଧୋନି ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସମସ୍ତଙ୍କର ମନ ଜିଣିଛନ୍ତି । ଦେଶର ଜାତୀୟ ପତାକାକୁ ପଡିଆରେ ପଡିବା ପୂର୍ବରୁ ଉଠାଇ ନେଇ ପୂରା ଦେଶବାସୀଙ୍କ ମନ ଜିଣି ନେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ସମୟରେ ଜଣେ କ୍ରିକେଟ ପ୍ରଂଶସକ ସୁରକ୍ଷାବଳୟକୁ ଭେଦ କରି ପଡିଆ ମଧ୍ୟକୁ ଦୌଡି ଆସିଥିଲେ । ହାତରେ ଥିଲା ତ୍ରିରଙ୍ଗା ପତାକା ଆଉ ଏକମୁହାଁ ହୋଇ ଦୌଡିଥିଲେ ୱିକେଟକିପିଂ କରୁଥିବା ଧୋନିଙ୍କ ପାଖକୁ । କେହି କିଛି ବୁଝିବା ପୂର୍ବରୁ ଧୋନିଙ୍କ ପାଖରେ ପହଞ୍ଚି ଆଣ୍ଠେଇ ପଡିଥିଲେ ଏହି ଫ୍ୟାନ ଜଣକ । ଧୋନିଙ୍କ ପାଦ ଛୁଇଁବା ପରେ ପିନ୍ଧିଥିବା କୁର୍ତ୍ତାରେ ଧୋନିଙ୍କ ପାଦ ସଫା କରିବାକୁ ଉଦ୍ୟତ ହେଉଥିବା ବେଳେ ଫ୍ୟାନଙ୍କ ଠାରୁ ତ୍ରିରଙ୍ଗା ଛଡାଇ ଆଣିଥିଲେ ପୂର୍ବତନ ଅଧିନାୟକ ।

ସେହି ସମୟରେ ଧୋନିଙ୍କ ନଜର ଫ୍ୟାନଙ୍କ ବଦଳରେ ଭାରତର ଜାତୀୟ ପତାକା ଉପରେ ଥିଲା । କାରଣ ପ୍ରଂଶସକ ଜଣକ ହାତରେ ତ୍ରିରଙ୍ଗା ଧରି ଧୋନିଙ୍କ ପାଦ ଛୁଇଁବାକୁ ଯାଉଥିଲେ । ଆଉ ଏହା ଦେଖିବା ପରେ ପାଦ ଛୁଇଁବା ପୂର୍ବରୁ ଫ୍ୟାନଙ୍କ ଠାରୁ ତ୍ରିରଙ୍ଗା ଛଡାଇ ଆଣିଥିଲେ ଧୋନି । ଜାତୀୟ ପତାକା ମାଟି ଛୁଇଁବା ପୂର୍ବରୁ ନିଜ ହାତକୁ ନେଇ ଆସିଥିଲେ ଧୋନି । ଆଉ ଏଭଳି କରି ଭାରତର ଜାତୀୟ ପତାକାର ସମ୍ମାନ ରଖିଥିଲେ ଧୋନି ଓ ତତକ୍ଷଣାତ ସେହି ପ୍ରଂଶସକ ଜଣକୁ ପଡିଆରୁ ବାହାରକୁ ଯିବାକୁ କହିଥିଲେ । ପରେ ସୁରକ୍ଷାକର୍ମୀ ଉକ୍ତ ଫ୍ୟାନ ଜଣଙ୍କୁ ପଡିଆ ବାହାରକୁ ନେଇଯାଇଥିଲେ ।

ସମ୍ବନ୍ଧିତ ଖବର