ଚେନ୍ନାଇ: ଗୁରୁବାର କ୍ରିକେଟ ପ୍ରେମୀଙ୍କ ପାଇଁ କଳାଦିନ ଥିଲା। କାରଣ ଏହି ଦିନ କ୍ୟା‌ପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ସିଏସକେର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ହଠାତ୍ ଏହି ନିଷ୍ପତ୍ତି ଧୋନି ନେଇଥିବା କଥା କୁହାଯାଉଥିବା ବେଳେ ଏବେ ଗତବର୍ଷଠାରୁ ଧୋନି ଇସ୍ତଫା ଦେବାକୁ ଯୋଜନା କରୁଥିଲେ ବୋଲି ସାମ୍ନାକୁ ଆସିଛି। ଏବିଷୟରେ ଜଣାଇଛନ୍ତି ସିଏସକେର ନୂଆ ଅଧିନାୟକ ଋତୁରାଜ ଗାଏକ୍ବାଡ।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗତବର୍ଷ ଏକ ବଡ଼ ଦାୟିତ୍ବ ନେବାକୁ ପ୍ରସ୍ତୁତ ହୁଅ ବୋଲି ଧୋନି ମୋତେ କହିଥିଲେ। ଯେତେବେଳେ ଆମେ କ୍ୟାମ୍ପକୁ ଅଭ୍ୟାସ ପାଇଁ ଆସିଥିଲୁ, ସେ ମୋତେ କିଛି ନୂଆ ଟେକନିକ୍ ଶିଖାଇଥିଲେ। ଏହା ସହ ସେ ଚଳିତ ବର୍ଷ ମାର୍ଚ୍ଚ ୪ରେ ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ ପ୍ରଶଂସକଙ୍କୁ ସଙ୍କେତ ଦେଇଥିଲେ। କିନ୍ତୁ କେହି ଏହାକୁ ବୁଝି ପାରିନଥିଲେ। ସେ ଏକ୍ସରେ ପୋଷ୍ଟ କରିଥିଲେ ଯେ, ନୂଆ ସିଜିନ୍ ଏବଂ ନୂଆ ଦାୟିତ୍ବ ହାତକୁ ନେବାକୁ ଆଉ ଅପେକ୍ଷା କରିହେଉ ନାହିଁ। ତାଙ୍କର ଏହି ପୋଷ୍ଟ ଦେଖି କେହି ଭାବିନଥିଲେ ‌ଯେ, ‌ସେ ଅଧିନାୟକ ପଦ ଛାଡ଼ିବେ।

Did Dhoni already hint at leaving CSK Captaincy?

ଉଲ୍ଲେଖଯୋଗ୍ୟ, ୪୨ ବର୍ଷୀୟ ଧୋନି ୨୦୦୮ ମସିହାରୁ ହିଁ ଚେନ୍ନାଇ ସୁପରକିଙ୍ଗ୍ସର ଅଭିନ୍ନ ଅଙ୍ଗ ହୋଇ ରହିଆସିବା ସହ ତାଙ୍କ ନେତୃତ୍ବରେ ଦଳ ୫ ଆଇପିଏଲ୍‌ ଓ ୨ ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ଜିତିଛି। ଗତବର୍ଷ ଧୋନିଙ୍କ ଅଧିନାୟକତ୍ବରେ ହିଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇ ସିଏସ୍‌କେ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ଧୋନି ୨୫୦ ଆଇପିଏଲ୍ ମ୍ୟାଚ୍ ଖେଳି ୩୮.୭୯ ହାରରେ ୫,୦୮୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୪ ଅର୍ଦ୍ଧଶତକ। ୨୩୫ ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇଛନ୍ତି। ତାଙ୍କ ଅଧିନାୟକତ୍ବରେ ସିଏସ୍‌କେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ଚାରିଟିସହ ମୋଟ ୧୦ଟି ଫାଇନାଲ୍ ଖେଳିଛି। ଦୁଇଥର ଉପବିଜେତା ହୋଇଛି।