ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା

ନୂଆଦିଲ୍ଲୀ: ବଦଳିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକ। ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ର ଅଧିନାୟକତ୍ୱ ଛାଡିଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ସିଏସକେର ଅଧିନାୟକ କରାଯାଇଛି। ଧୋନି ଏବେ ଜଣେ ଖେଳାଳି ଭାବରେ ଦଳ ସହିତ ଖେଳିବା ଜାରି ରଖିବେ।

ଏଥର ସିଏସକେ ରବୀନ୍ଦ୍ର ଜାଦେଜା ଏବଂ ଧୋନିଙ୍କ ସମେତ ୪ଜଣ ଖେଳାଳିଙ୍କୁ କିଣିଥିଲା। ଜାଦେଜାଙ୍କୁ ୧୬କୋଟି ଟଙ୍କାରେ କିଣାଯାଇଥିବା ବେଳେ ଧୋନିଙ୍କୁ ୧୨କୋଟି ଟଙ୍କାରେ କିଣାଯାଇଥିଲା। ତାଙ୍କ ବ୍ୟତୀତ ମୋଇନ୍ ଅଲ୍ଲୀଙ୍କୁ ୮କୋଟି ଏବଂ ରୁତୁରାଜ ଗାଇକୱାଡଙ୍କୁ ୬କୋଟି ଟଙ୍କାରେ କିଣାଯାଇଥିଲା। ଜାଦେଜା ୨୦୧୨ମସିହାରୁ ଚେନ୍ନାଇ ଦଳ ସହିତ ରହିଆସିଥିବା ବେଳେ ସେ ସିଏସକେ ଦଳର ତୃତୀୟ ଅଧିନାୟକ ହେବାକୁ ଯାଉଛନ୍ତି।  ମହେନ୍ଦ୍ର ସିଂ ଧୋନି ୨୦୦୮ରେ ଆଇପିଏଲର ପ୍ରଥମ ସିଜନ୍ ଠାରୁ ଦଳର ନେତୃତ୍ୱ ନେଉଥିଲେ। ଧୋନୀ ୨୧୩ଟି ମ୍ୟାଚର ଅଧିନାୟକତ୍ୱ କରିଥିବାବେଳେ ଦଳକୁ ସେ ୧୩୦ଟି ମ୍ୟାଚରେ ବିଜୟୀ କରାଇଛନ୍ତି। ସୁରେଶ ରାଇନା ମଧ୍ୟ ୬ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ଦଳ ମାତ୍ର ୩ଟି ମ୍ୟାଚ ଜିତିଛି।

aajtak

ଆଇପିଏଲ୍‌-୨୦୨୨ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଏହି ପଞ୍ଚଦଶ ସଂସ୍କରଣର ସମସ୍ତ ମ୍ୟାଚ୍‌ ମହାରାଷ୍ଟ୍ରର ୪ ଭେନ୍ୟୁରେ ହିଁ ଖେଳାଯିବ। ୨୬ ତାରିଖ ଉଦ୍‌ଘାଟନୀ ଦିବସରେ ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲ୍‌କାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ତେବେ ଏହା ପୂର୍ବରୁ ସିଏସକେ ନିଜ ଅଧିନାୟକ ବଦଳାଇଛି।

ସମ୍ବନ୍ଧିତ ଖବର