କ୍ରିକେଟ ମାଧ୍ୟମରେ କଶ୍ମୀରରେ ଶାନ୍ତି ଫେରାଇ ଅଣାଯାଇ ପାରିବ: ଧୋନି

କଶ୍ମୀର ଆସି ଭଲ ଲାଗିଲା, ପରିବାର ସହିତ ପୁଣି ଥରେ ଏଠାକୁ ଆସିବା ପାଇଁ ଚେଷ୍ଟା କରିବି

କଶ୍ମୀର: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି, କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରିବ। ସେ କହିଛନ୍ତି, ଖେଳ ଓ କ୍ରିକେଟ ମାଧ୍ୟମରେ କଶ୍ମୀରରେ ଶାନ୍ତି ଫେରାଇ ଅଣାଯାଇ ପାରିବ। କିନ୍ତୁ ଖେଳ ଓ କ୍ରିକେଟ ସହିତ ଯୁବ ବର୍ଗଙ୍କୁ ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଉଚ୍ଚମାନର ଶିକ୍ଷା ଓ ରୋଜଗାର ମଧ୍ୟ ମିଳିବା ଦରକାର। ବିଶ୍ୱର ଜଣାଶୁଣା କ୍ରିକେଟର ଧୋନି ଜମ୍ମୁ କଶ୍ମୀର ଗସ୍ତରେ ଏକ ଜାତୀୟ ଗଣମାଧ୍ୟମକୁ ଧୋନି ସାକ୍ଷାତକାରରେ ଏହା କହିଛନ୍ତି।

ଭାରତ-ପାକିସ୍ତାନ କ୍ରିକେଟ ଉପରେ ମନ୍ତବ୍ୟ ଦେବାକୁ ଯାଇ ଧୋନି କହିଛନ୍ତି, ଉଭୟ ଦେଶ ମଧ୍ୟରେ ଭଲ ବୁଝାମଣା ରହିଲେ କ୍ରିକେଟରେ ମଧ୍ୟ ଉନ୍ନତି ଆସିପାରିବ। ସେ କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ, ଆମକୁ ଦ୍ୱିପାକ୍ଷିକ କ୍ରିକେଟ ଖେଳିବାର ଅଛି ନା ନାହିଁ। ଏହା ସହିତ ଧୋନି କହିଛନ୍ତି, ଖେଳକୁ ସରକାରଙ୍କ ନିୟମରୁ ଅଲଗା ରଖିବା ଉଚିତ ନୁହେଁ।

ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଭଲ ବୁଝାମଣା ରହିଲେ କ୍ରିକେଟରେ ମଧ୍ୟ ଉନ୍ନତି ଆସିପାରିବ। ସରକାରଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ, ଆମକୁ ଦ୍ୱିପାକ୍ଷିକ କ୍ରିକେଟ ଖେଳିବାର ଅଛି ନା ନାହିଁ। ଖେଳକୁ ସରକାରଙ୍କ ନିୟମରୁ ଅଲଗା ରଖିବା ଉଚିନ ନୁହେଁ।
-ମହେନ୍ଦ୍ର ସିଂହ ଧୋନି, ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ

ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧିପ୍ର୍ରାପ୍ତ ଧୋନି କହିଛନ୍ତି, କଶ୍ମୀର ଆସି ଭଲ ଲାଗୁଛି। ପରିବାର ସହିତ ଏଠାକୁ ପୁଣି ଥରେ ଆସିବାକୁ ଚେଷ୍ଟା କରିବି।

କୋହଲିଙ୍କୁ ସମର୍ଥନ

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ପର୍ଯ୍ୟାପ୍ତ ସମୟ ଦିଆଯିବା ମାମଲାରେ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟ ଖେଳରେ ଏମିତି ସମୟ ଆସିଥାଏ। ଆମେ ବିଦେଶୀ ପିଚ୍‌ରେ ନିୟମିତ ଭାବରେ ଖେଳି ଆସୁଛୁ।

ସେନା ପକ୍ଷରୁ ଆୟୋଜିତ ଏକ ମ୍ୟାଚରେ ଯୋଗ ଦେବାକୁ ଧୋନି ଏଠାକୁ ଆସିଥିଲେ। ଏହା ପୂର୍ବରୁ ସେ ଯୁବ କ୍ରିକେଟରଙ୍କୁ ଭେଟି ଫିଟ୍‌ନେସ୍‌ ମନ୍ତ୍ର ଦେଇଥିଲେ। ସେ କହିଥିଲେ, କ୍ରିକେଟ ଜାରି ରଖିବାକୁ ହେଲେ ଫିଟନେସ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର