ନୂଆଦିଲ୍ଲୀ: ଚାଲିଥିବା ‘ୟୁଏସ୍‌ ଓପେନ୍‌ ୨୦୨୩’ କ୍ବାର୍ଟର୍‌-ଫାଇନାଲ୍‌ ମ୍ୟାଚ୍‌ର ଆଲେକ୍‌ଜେଣ୍ଡର୍‌ ବେରେବ୍‌ଙ୍କ ବିପକ୍ଷରେ କାର୍ଲୋଜ୍‌ ଆଲ୍‌କାରାଜ୍‌ଙ୍କ ଖେଳ ଦେଖିବାର ଦିନକ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌. ଏସ୍‌. ଧୋନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହିତ ‘ଗଲ୍‌ଫ୍‌’ ଖେଳିଥିବା କଥା ଦୁବାଇର ଜଣେ ବ୍ୟବସାୟୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ନିଉଜର୍ସିରେ ଥିବା ‘ଟ୍ରମ୍ପ୍‌ ନ୍ୟାସ୍‌ନାଲ୍‌ ଗଲ୍‌ଫ୍‌ କ୍ଲବ୍‌ ବେଡ୍‌ମିନ୍‌ଷ୍ଟର୍‌’ରେ ଧୋନୀ ଟ୍ରମ୍ପ୍‌ଙ୍କ ସହିତ ‘ଗଲ୍‌ଫ୍‌’ ଖେଳୁଥିବା ବେଳର ଫଟୋ  ହିତେଶ ସାଙ୍ଘୱି ନାମକ ଦୁବାଇସ୍ଥିତ ଉକ୍ତ ବ୍ୟବସାୟୀ ସାମାଜିକ ଗଣମାଧ୍ୟମ‌ ପ୍ଲାଟ୍‌ଫର୍ମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି: ଆମକୁ ଆତିଥ୍ୟ ଦେଇଥିବାରୁ ଆପଣଙ୍କ ନିକଟରେ କୃତଜ୍ଞ ରାଷ୍ଟପତି ମହୋଦୟ।

publive-image Image Grabbed From Video

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି, ଧୋନୀ ଗର୍ତ୍ତ ଆଡ଼କୁ ଗଲ୍‌ଫ୍‌ ବଲ୍‌ ବାଡ଼ାଉଥିବା ବେଳେ ଟ୍ରମ୍ପ୍‌ ସେ ‘ସଟ୍‌’କୁ ଦେଖୁଛନ୍ତି। ତା’ପରେ ସେ ଟ୍ରମ୍ପ୍‌ ସହିତ ଫଟୋ ଉଠାଇବା ପାଇଁ ପୋଜ୍‌ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଅଳ୍ପ କିଛି ମାସ ତଳେ ୫ମ ‘ଆଇପିଏଲ୍‌ ଟାଇଟଲ୍‌’ରେ ‘ଚେନ୍ନାଇ ସୁପର୍‌ କିଙ୍ଗ୍‌ସ୍‌’ର ନେତୃତ୍ବ ନେବା ପରଠାରୁ ଧୋନୀ କ୍ରିକେଟ୍‌ ଖେଳରୁ ଦୂରେଇ ଯାଇ ମୁକ୍ତ ହୋଇ ବୁଲାବୁଲି କରୁଥିବା ଦେଖାଯାଉଛି।

ବୁଧବାର ଦିନ ଧୋନୀ ‘ୟୁଏସ୍‌ ଓପେନ୍‌’ କ୍ବାର୍ଟର୍‌ ଫାଇନାଲ୍‌ ଦେଖିବାକୁ ଆମେରିକାରେ ଥିଲେ। ଏବେ ସ‌େ ଆମେରିକା ବୁଲି ଯାଇଛନ୍ତି।