ଧୋନିଙ୍କ ନକଲ କରୁଛି ତାଙ୍କ ପୋଷା କୁକୁର, ପତ୍ନୀ ସାକ୍ଷୀ କଲେ ଭିଡିଓ ପୋଷ୍ଟ

ରାଞ୍ଚି: ଅକ୍ଟୋବର ୭ରେ ଭାରତ ଓ ଅଷ୍ଟ୍ରେଲିିଆ ମଧ୍ୟରେ ଟି -୨୦ ମୁକାବିଲା ରାଞ୍ଚିରେ ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଘର ମଧ୍ୟ ରାଞ୍ଚିରେ। ଖେଳ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ନିଜ ପରିବାର ଲୋକଙ୍କ ସହିତ ସମୟ ବିତାଇବା ସହିତ ନିଜ ପୋଷାକୁକୁର ସହିତ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି ଏକ ଭିଡିଓରେ।

ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଧୋନିଙ୍କ ପୋଷା କୁକୁର ତାଙ୍କ ସହିତ ଖେଳିବା ସହିତ ନକଲ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଏଯାବତ୍‌ ୯୧ହଜାରରୁ ଊର୍ଧ୍ୱ ଲାଇକ୍‌ ମିଳିବା ସହିତ ୨୦୦୦ରୁ ଅଧିକ କମେଣ୍ଟ ଆସି ସାରିଛି।

ଉଲ୍ଲେଖଯୋଗ୍ୟ, ଆକ୍ଟୋର ୪ ‘ଓ୍ଵାଲର୍ଡ ଆନିମଲ ଡେ’ ଥିଲା। କ୍ରିକେଟର ରୋହିତ ଶର୍ମା ମଧ୍ୟ ବୁଧବାର ‘ଓ୍ଵାଲର୍ଡ ଆନିମଲ ଡେ’ରେ ନିଜର ଏକ ପୋଷା କୁକୁର ସହିତ ଫଟୋ ଉଠାଇ ଟୁଇଟରରେ ସେୟାର କରିଥିଲେ। ରୋହିତ ଟୁଇଟରରେ ଲେଖିଥିଲେ, ‘ଓ୍ଵାଲର୍ଡ ଆନିମଲ ଡେ’ରେ ମୁଁ ମୋର ସାଙ୍ଗ(ପୋଷା କୁକୁର)କୁ ଏହି ଜରିଆରେ ସରପ୍ରାଇଜ ଦେବା ପାଇଁ ଚେଷ୍ଟା କରିଛି। ରୋହିତ ଶର୍ମା ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି। ନିକଟରେ ସେ ଏକ ଧଳାଗଣ୍ଡା ସହିତ ଫଟୋ ଉଠାଇଥିଲା।

ସମ୍ବନ୍ଧିତ ଖବର