ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମସ୍ତେ ‘କ୍ୟାପ୍ଟେନ୍ କୁଲ୍’ ନାମରେ ଜାଣନ୍ତି। କାରଣ ପଡ଼ିଆରେ ଯେତେ ଗଡ଼ବଡ଼ ହେଲେ ବି ଧୋନୀ କେବେ ବି ଖେଳାଳିମାନଙ୍କ ଉପରେ ରାଗିବାର କେହି ଦେଖିନାହାନ୍ତି। ସେ ସବୁବେଳେ ସମସ୍ତଙ୍କୁ ବୁଝେଇ ସୁଝେଇ ଖେଳାଉ ଥିବାର ଦେଖିବାକୁ ମିଳିନ୍ତି।
ନିକଟରେ ଖରାପରୁ ଅତି ଖରାପ ପରିସ୍ଥିତିରେ ବି ସେ କିପରି ଖେଳ ପଡ଼ିଆରେ ନିଜକୁ ଶାନ୍ତ ରଖନ୍ତି ସେ ବିଷୟରେ କହିଛନ୍ତି। ଧୋନୀ କହିଛନ୍ତି ଯେ ‘ଅତ୍ୟନ୍ତ ସାଧୁତାର ସହ କହିବି ଯେ ଆମେ ଯେତେବେଳେ ପଡ଼ିଆରେ ଥାଉ ଆମେ କିଛି ଭୁଲ୍ କରିବାକୁ ଭାବିକି ଯାଇନଥାଉ। ଭାବି ନଥାଉ ଯେ କ୍ୟାଚ୍ ଧରିବିନି, ଭଲ ଫିଲ୍ଡିଂ କରିବିନି କିମ୍ବା ଅନ୍ୟ ଭୁଲ୍ କରିବି।
ମୁଁ ସବୁବେଳେ ଅନ୍ୟ ଖେଳାଳୀଙ୍କ ସ୍ଥାନରେ ନିଜକୁ ରଖି ଭାବେ। ମୁଁ ସବୁବେଳେ ତାଙ୍କ ସ୍ଥାନରେ ରହି ଚିନ୍ତା କରେ ଯେ କାହିଁକି ସେ ଖେଳାଳି କ୍ୟାଚ୍ ଛାଡ଼ିଲା ବା ଖରାପ ଫିଲ୍ଡିଂ କଲା ବୋଲି। ରାଗିଯିବା ସବୁ ସମସ୍ୟାର ସମାଧାନ ନୁହେଁ। ପ୍ରାୟ ୪୦ ହଜାର ଲୋକ ଆମକୁ ସିଧାସଳଖ ଦେଖୁଛନ୍ତି। କୋଟି କୋଟି ଲୋକ ଆମକୁ ପରଦାରେ ଦେଖୁଛନ୍ତି। ମୁଁ ସବୁବେଳେ ଖରାପ ପ୍ରଦର୍ଶନର କାରଣ ଦେଖେ।
ଯଦି ଜଣେ ଖେଳାଳି ପଡ଼ିଆରେ ୧୦୦ ପ୍ରତିଶତ ଧ୍ୟାନର ସହ ଖେଳୁଛି ଓ କ୍ୟାଚ୍ ଛାଡ଼ି ଦେଉଛି, ମୋତେ ସେଥିରେ କିଛି ଅସୁବିଧା ନାହିଁ। ମୁଁ ଦେଖେ ଯେ ସେ ଖେଳାଳି ପୂର୍ବ ଅପେକ୍ଷା ଭଲ କରିବାକୁ ଚେଷ୍ଟା କରୁଛି କି ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/33a6db89-fb87-4cb5-a267-5a3a69c00f27.jpg)