ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି, ଟିମ୍‌ ଇଣ୍ଡିଆର ସିକ୍ସର କିଙ୍ଗ ଏମାନେ!

ନୂଆଦିଲ୍ଲୀ: କ୍ରିକେଟର ବର୍ତ୍ତମାନ ସ୍ୱରୂପ ବଦଳି ଯାଇଛି। ବ୍ୟାଟିଂ କରିବା ସହଜ ହୋଇ ଯାଇଛି। ଦିନିକିଆ ଓ ଟି-୨୦ ମୁକାବିଲା କଥା ଛାଡ଼ନ୍ତୁ, ଟେଷ୍ଟ ମୁକାବିଲାରେ ମଧ୍ୟ ଛକା ଓ ଚୌକା ସହଜ ହୋଇ ଯାଇଛି। ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ କଥା ଯଦି ଚିନ୍ତା କରାଯାଏ, ଅନେକ ଥର ବିଶାଳ ଛକା ମାରି ସେମାନେ ଦଳକୁ ବିଜୟ ଦେଇଛନ୍ତି। ଭାରତରେ ଯୁବରାଜଙ୍କ ଭଳି ବ୍ୟାଟସ୍‌ମ୍ୟାନ ଗୋଟିଏ ଓଭରରେ ୬ଟି ଛକାମାରି ଇତିହାସ ରଚିଛନ୍ତି।

ଭାରତକୁ ଅନେକ ମୁକାବିଲାରେ ବିଜୟ ଦେଇଥିବା ଖେଳାଳି ହେଉଛନ୍ତି ଯୁବରାଜ ସିଂହ। ଟି-୨୦ ମ୍ୟାଚରେ ୬ଟି ବଲ ଖେଳି ୬ଟି ଛକା ମାରି ସେ ବିଶ୍ୱରେ ଅନ୍ୟ ଏକ ପରିଚୟ ସୃଷ୍ଟି କରିଥିଲେ। ଭାରତ ପାଇଁ ୩୦୪ ମ୍ୟାଚରେ ୨୭୮ ଇନିଂସ ଖେଳି ୮୭୦୧ ରନ ସଂଗ୍ରହ କରିଛନ୍ତି। ୧୫୦ ତାଙ୍କର ସର୍ବାଧିକ ରନ। ସର୍ବାଧିକ ଛକା ମାରିବା ତାଲିକାରେ ୫ମ ଭାରତୀୟ ବ୍ୟାଟସ୍‌ମ୍ୟାନ ହେଉଛନ୍ତି ଯୁବରାଜ ସିଂହ। ସେ ଏପର୍ଯ୍ୟନ୍ତ ୧୫୫ଟି ଛକା ମାରିଛନ୍ତି। ସେ ୨୦୦୦ରେ କ୍ୟାରିୟର ଆରମ୍ଭ କରିଥିଲେ।

ରୋହିତ ଶର୍ମା
ବର୍ଷ ୨୦୦୭ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ ୧୮୮ ମ୍ୟାଚ ଖେଳି ୧୮୨ ଇନିଂସରେ ୭୦୬୫ ରନ୍‌ ସଂଗ୍ରହ କରିଛନ୍ତି। ସେ ୧୮୬ଟି ଛକା ମାରିଛନ୍ତି।

ସୌରଭ ଗାଙ୍ଗୁଲି
କ୍ୟାରିୟରରେ ୩୧୧ ମ୍ୟାଚର ୩୦୦ ଇନିଂସରେ ୧୧୩୬୩ ରନ୍‌ ସଂଗ୍ରହ କରିଛନ୍ତି। ସେ ୧୯୦ଟି ଛକା ମାରିଛନ୍ତି।

ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକର ୪୬୩ ମ୍ୟାଚରେ ୪୫୨ ଇନିଂସରେ ୧୮,୪୨୬ ରନ୍‌ ସଂଗ୍ରହ କରିଛନ୍ତି। ତେନ୍ଦୁଲକର ୪୯ ଏକଦିବସୀୟ ଶତକ ମାରିଥିବା ବେଳେ ୧୯୫ଟି ଛକା ମାରିଛନ୍ତି।

ମହେନ୍ଦ୍ର ସିଂହ ଧୋନି
ଛକା ମାରିବାରେ ସବୁଠାରୁ ଧୂରନ୍ଧର ଖେଳାଳି ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ କ୍ୟାରିୟରର ୩୨୭ ମ୍ୟାଚରେ ୨୭୮ ଇନିଂସରେ ୧୦,୧୨୩ ରନ୍‌ ସଂଗ୍ରହ କରିଛନ୍ତି। ଧୋନି ୫୧ଟି ଛକା ମାରିଛନ୍ତି।

ସମ୍ବନ୍ଧିତ ଖବର