ଭିନ୍ନ ଅନ୍ଦାଜରେ ବାପାଙ୍କୁ ଏହି ପ୍ରଶ୍ନ ପଚାରୁଥିବାର ନଜର ଆସିଲେ ଜିଭା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କେତେ ପ୍ରଶଂସକ ରହିଛନ୍ତି ତାହା ସମସ୍ତଙ୍କୁ ଜଣା । ତାଙ୍କର ବ୍ୟାଟିଂ କରିବାର ଭିନ୍ନ ଶୈଳୀ ପାଇଁ କ୍ରିକେଟ ପ୍ରେମୀ ତାଙ୍କୁ ପସନ୍ଦ କରୁଥିବା ବେଳେ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଏବେ ଧୋନି କ୍ରିକେଟରୁ କିଛି ସମୟ ପାଇଁ ବିରତି ନେଇ ଝିଅ ଜିଭା ସହ ସମୟ ବିତାଉଥିବା ଜଣା ପଡ଼ିଛି । ଦୁହିଁଙ୍କର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହି ଖବରଟି ସାମ୍ନାକୁ ଆସିଛି । ଧୋନିଙ୍କ ସହ ତାଙ୍କ ଝିଅ ଜିଭାଙ୍କର ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି । ଅନେକ ସମୟରେ ଜିଭାଙ୍କ ଭିଡ଼ିଓ ଧୋନି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିବା ବେଳେ ତାହା ଭାଇରାଲ ହୋଇଥାଏ । ଏବେ ଜିଭାଙ୍କର ପୁଣି ଏକ ଭିଡ଼ିଓ ଭାଇରାଲ ହେଉଥିବା ଦେଖାଯାଇଛି ।

 

View this post on Instagram

 

Greetings in two language

A post shared by M S Dhoni (@mahi7781) on

ସୂଚନା ମୁତାବକ, ଧୋନି ଏହି ଭିଡ଼ିଓଟି ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଅପ୍‌ଲୋଡ଼୍‍ କରିବା ପରେ ଏହା ଭାଇରାଲ ହୋଇଥିଲା । ଭିଡ଼ିଓରେ ଜିଭା ବାପା ଧୋନିଙ୍କୁ ତାଙ୍କ ଅବସ୍ଥା କିପରି ଥିବା କଥା ଭୋଜପୁରୀ ଭାଷାରେ ପଚାରୁଥିବା ଦେଖାଯାଇଛି । ଏହା ପରେ ସେ ସେହି ସମାନ ପ୍ରଶ୍ନ ତାମିଲ ଭାଷାରେ କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓ ଜିଭାଙ୍କ ପ୍ରଶ୍ନ ପଚାରିବାର ଅନ୍ଦାଜ ପାଇଁ ଭିଡ଼ିଓକୁ ୧୬ଘଣ୍ଟାରେ ୩,୧୩୦,୦୫୩ଲୋକ ଦେଖି ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର