ଚେନ୍ନାଇ: ଆଇପିଏଲ ୨୦୨୩ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ମ୍ୟାଚ୍ ମଧ୍ୟରୁ ୬୧ଟି ଖେଳାଯାଇସାରିଛି। ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚେନ୍ନାଇର ୬୧ତମ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ କେକେଆର୍ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ପରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମଧ୍ୟରେ କିଛି ବିଶେଷ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଚେପୌକ ଷ୍ଟାଡିୟମରେ ଧୋନିଙ୍କର ହଜାର ହଜାର ପ୍ରଶଂସକ ଉପସ୍ଥିତ ଥିବା ବେଳେ ପଡ଼ିଆ ଭିତରେ ତାଙ୍କ ପଛେ ପଛେ ତାଙ୍କର ଜଣେ ବଡ଼ ପ୍ରଶଂସକ ଦୌଡ଼ି ଦୌଡ଼ି ଆସୁଥିବା ଦେଖାଯାଇଥିଲା। ସେ ଆଉ କେହି ନଥିଲେ, ସେ ଥିଲେ ସୁନୀଲ ଗାଭାସ୍କର।
ଜଣେ ମହାନ କ୍ରିକେଟର ହୋଇ ମଧ୍ୟ ସେ ଯେଉଁଭଳି ଭାବେ ଧୋନିଙ୍କ ପଛେ ପଛେ ଅଟୋଗ୍ରାଫ ପାଇଁ ଦୌଡ଼ିଥିଲେ, ତାହା ଉପସ୍ଥିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗାଭାସ୍କର ଧୋନିଙ୍କ ପଛେ ପଛେ ଧାଇଁବା ସହ ତାଙ୍କ ପାଖକୁ ଆସୁଛନ୍ତି।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଗାଭାସ୍କର ଦୌଡ଼ି ଦୌଡ଼ି ଧୋନିଙ୍କ ସାମ୍ନାକୁ ଆସି ତାଙ୍କୁ ଅଟୋଗ୍ରାଫ ମାଗୁଛନ୍ତି। ଏହା ପରେ ଧୋନି ତାଙ୍କ ଛାତିରେ ଅଟୋଗ୍ରାଫ ଦେଉଛନ୍ତି।
Sunil Gavaskar - The Dhoni fan - running in to get MS Dhoni's autograph. This is Surreal! ❤️🥺#IPL2023#CSKvsKKR#MSDhonipic.twitter.com/ZPO4uVhtNB
— Sexy Cricket Shots (@sexycricketshot) May 14, 2023