ନୂଆଦିଲ୍ଳୀ: ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟିକତ୍ବରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ (ସିଏସ୍କେ) ଟିମ୍ ଆଇପିଏଲ୍ରେ ବିଜୟୀ ହୋଇଛି। ଖେଳ ସରିବା ପରେ ଧୋନିଙ୍କ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି। ଯାହା ପରେ ସେ ଏବେ ନିଜ ଘର ରାଞ୍ଚିକୁ ବୁଲିବାକୁ ଯାଇଛନ୍ତି।
ସୋସିଆଲ୍ ମିଡିଆରେ ଏକ ଫଟୋ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଯେଉଁଥିଲେ ଧୋନି ତାଙ୍କ ବଡ଼ ଭାଇ ନରେନ୍ଦ୍ର ସିଂହ ଧୋନିଙ୍କ ସହ ନଜର ଆସିଛନ୍ତି। ଫଟୋରେ ଧୋନିଙ୍କ ଭାଇ ତାଙ୍କ କଡ଼ରେ ଛିଡ଼ା ହୋଇଛନ୍ତି। ସେ ଏକ ଧଳା ରଂଗର ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଧୋନି ଅନେକ ବର୍ଷ ପରେ ନିଜ ଭାଇଙ୍କୁ ଭେଟୁଛନ୍ତି।
ଧୋନି ତାଙ୍କ ଭାଇଙ୍କଠାରୁ ୧୦ ବର୍ଷ ସାନ। ସୁବୋଧ ବୋଲି ଧୋନିଙ୍କର ଜଣେ ବନ୍ଧୁ ଏହି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ତେବେ ଧୋନିଙ୍କ ଜୀବନୀ ଉପରେ ଆଧିରିତ ଫିଲ୍ମ ‘ଏମ୍ ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରି’ରେ ବି ତାଙ୍କ ଭାଙ୍କ ବିଷୟରେ କିଛି ଦେଖିବାକୁ ମିଳିନାହିଁ। ଦୁହିଁଙ୍କ ସଂପର୍କରେ ଫାଟ ଥିବା ଚର୍ଚ୍ଚା ବି ସୋସିଆଲ୍ ମିଡିଆରେ ଅନେକ ଥର ହୋଇଛି। ଏହି ଫଟୋକୁ ଦେଖିବା ପରେ ଦୁହେଁ ପୁଣି ମିଶିଯାଇଛନ୍ତି ବୋଲି ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗ୍ ବିଜୟ ମୁକୁଟ ପିନ୍ଧିଥିବା ବେଳେ ଖେଳ ସରୁ ସରୁ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ କାଖେଇ ପକାଇଥିଲେ ମହେନ୍ଦ୍ର ସିଂହ ଧୋନି। ସେହି ସମୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଏହି ମ୍ୟାଚକୁ ନେଇ ଧୋନିଙ୍କ ଏମିତି ଅନେକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କ ଆଖି ଲୁହରେ ଭରି ଥିବା ଦେଖିବାକୁ ମିଳୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଏମିତି ଅନେକ ଘଟଣା ଅଛି ଯେଉଁଥିରେ ଷ୍ଟାର କ୍ରିକେଟର ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।