ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ବିଶ୍ୱକପରେ ଟିମ୍‌ ଇଣ୍ଡିଆର ଆହତ ଖେଳାଳିଙ୍କ ତାଲିକା ଲମ୍ବି ଚାଲିଥିବା ବେଳେ ଏବେ ଏହି ତାଲିକାର ଜଣେ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇ ଫେରିଛନ୍ତି । ଯାହା ବିରାଟ ବ୍ରିଗେଡ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ପୂର୍ବ ମ୍ୟାଚରେ ଭୁବନେଶ୍ୱର କୁମାର ଫିଟ୍‌ ହୋଇ ମୈଦାନକୁ ଓହ୍ଲାଇଥିବା ବେଳେ ଏବେ ଆଉ ଜଣେ ଖେଳାଳି ମଧ୍ୟ ପୂରା ଫିଟ୍‌ ହୋଇଛନ୍ତି ।

Advertisment

ସୂଚନା ମୁତାବକ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଧୋନି ଓି୍ଵକେଟ କିପିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ବ୍ୟାଟିଂ ସମୟରେ ଧୋନିଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା ପରେ ଏହା ଜଣାପଡିଥିଲା । ଏପରିକି ବାଂଲାଦେଶ ବିପକ୍ଷ ମ୍ୟାଚ ମଝିରୁ ଧୋନି ଓି୍ଵକେଟ କିପିଙ୍ଗ ଛାଡିଥିଲେ । ଯାହା ଧୋନିଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ କେତେ ଗୁରୁତର ତାହା ଦର୍ଶାଇଥିଲା । କିନ୍ତୁ ଏବେ ଧୋନିଙ୍କୁ ନେଇ ଖୁସିଖବର ସାମ୍ନାକୁ ଆସିଛି । ଧୋନି ସମ୍ପୂର୍ଣ୍ଣ ରୂପେ ଫିଟ୍‌ ହୋଇ ଯାଇଥିବା ନେଇ ଟିମ୍‌ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି ।

publive-image Hindustan Times

ଟିମ୍‌ ମ୍ୟାନେଜମେଣ୍ଟର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଟିମ୍‌ ଇଣ୍ଡିଆ ପାଇଁ ଧୋନି ଜଣେ ଯୋଦ୍ଧା । ୩୦୦ରୁ ଅଧିକ ଦିନିକିଆ ମ୍ୟାଚ୍‌ ଖେଳିବା ପରେ ଏଭଳି ଛୋଟ ଆଘାତ ତାଙ୍କ ପାଇଁ ସେଭଳି କୌଣସି ବଡ଼ ସମସ୍ୟା ଛିଡା କରିବନି । ଓ୍ଵିକେଟ କିପିଂ କରୁଥିବା ସମୟରେ ଆଙ୍ଗୁଠିରେ ଆଘାତ ଲାଗିବା ଧୋନିଙ୍କ ପାଇଁ କିଛି ନୂଆ କଥା ନୁହେଁ ଓ ଏହାର ପ୍ରଭାବ ମଧ୍ୟ ସେଭଳି ପଡ଼ିବ ନାହିଁ ।

ଚଳିତ ବିଶ୍ୱକପରେ ସେମିଫାଇନାଲରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ସେମିଫାଇନାଲ ମ୍ୟାଚରେ ବିରାଟ ବାହିନୀ କାହାକୁ ଭେଟିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସେମିଫାଇନାଲ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ ।