ଆଇପିଏଲ ୨୦୧୮: ଚେନ୍ନାଇ ସୁପର କିଙ୍ଗ୍‌ସକୁ ମହେନ୍ଦ୍ର ସିଂହ ଧୋନି ଫେରିବା ନିଶ୍ଚିତ ହେଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଗଭର୍ଣ୍ଣିଙ୍ଗ କାଉନସିଲ ବୁଧବାର ସ୍ପଷ୍ଟ କରିଛି ଯେ, ୨ଟି ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୋୟାଲ୍‌ସରୁ ବହିଷ୍କୃତ ହୋଇଥିବା ୩ ଜଣ ଖେଳାଳି ଆସନ୍ତା ବର୍ଷ ହେବାକୁ ଥିବା ଆକର୍ଷଣୀୟ ଆଇପିଏ ସଂସ୍କରଣରେ ଦଳକୁ ଫେରି ପାରିବେ। ଏହାର ଅର୍ଥ ହେଉଛି ଯେ, ଭାରତୀୟ କ୍ରିକେଟର ସୁପରଷ୍ଟାର ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ୍ ଦଳକୁ ପୁଣି ଫେରିବା ବାଟ ପରିଷ୍କାର ହୋଇଯାଇଛି।

କମିଟି ଆଡମିନିଷ୍ଟ୍ରେଟର ଓ ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନସିଲର ସଦସ୍ୟଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଖେଳାଳିଙ୍କ ପୁନଃଅବସ୍ଥାପନ, ଦରମା, ଖେଳାଳିଙ୍କ ନିୟମ ଆଦି ଉପରେ ଆଲୋଚନା ହୋଇଥିଲା। ୨୦୧୫ରେ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ଉପରେ ୨ ବର୍ଷ ପାଇଁ ନିଷେଧାଦେଶ ଲାଗିଥିଲା।  ଅାଗାମୀ ଆଇପିଏ ସଂସ୍କରଣରେ ଏହି ଦୁଇ ଦଳ ଫେରିବେ।  ନିୟମ ଅନୁସାରେ ଅନ୍ୟ ଟିମ ଲାଗି  ଖେଳୁଥିବା ୫ଜଣ ଖେଳାଳି ସେମାନଙ୍କର ପୂର୍ବ ଦଳକୁ ଫେରି ପାରିବେ। ନିୟମ ଅନୁସାରେ ଟିମ୍‌କୁ ୩ଜଣ ଦେଶୀ ଖେଳାଳି ଓ ୨ଜଣ ବିଦେଶୀ ଖେଳାଳି ନିଜର ପୂର୍ବ ଟିମକୁ ଫେରିପାରିବେ।

ପ୍ରତି ଦଳରେ ୨୫ ଜଣ ଖେଳାଳିକୁ ରଖାଯାଇ ପାରିବ। ଏଥିରେ ଅଧିକ ଭାବରେ ୧୮ଜଣ ଭାରତୀୟ ଖେଳାଳି ଓ ୮ ଜଣ ବିଦେଶୀ ଖେଳାଳି ରହିପାରିବେ। ଆଇପିଏ ସଂସ୍କରଣରେ ପ୍ରତି ଦଳରେ ଖେଳାଳିଙ୍କ ଦରମା  ୨୦୧୭ ପାଇଁ ୮୦ କୋଟି ଥିବା ବେଳେ, ୨୦୧୯ ପାଇଁ ୮୨ କୋଟି ଓ ୨୦୨୦ ପାଇଁ ୮୫ କୋଟି ରଖାଯାଇଛି।

ସୂଚନାଯୋଗ୍ୟ ୨୦୧୩ରେ ଆଇପିଏଲ ସ୍ପଟ ଫିକ୍ସିଙ୍ଗ ବିବାଦ ଲୋଧା କମିଟିକୁ ଆସିବା ପରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୋୟାଲ୍ସକୁ ୨ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା। ପରେ ଧୋନି ଆଇପିଏଲର ପ୍ରାୟୋଜିତ ଟିମ୍‌ ପୁନେ ସୁପରଜ୍ୟାଣ୍ଟରେ ୨୦୧୬ରେ ଅଧିନାୟକ ଥିଲେ। ସେ ରାଜସ୍ଥାନ ରୋୟାଲ୍ସ ସ୍ଥାନରେ ଗୁଜରାଟ ଲାୟନ୍ସ ଟିମ୍‌ରେ ମଧ୍ୟ ଖେଳିଛନ୍ତି।

ସମ୍ବନ୍ଧିତ ଖବର