ପିଲାଦିନେ ଗୋଟାଏ ସ୍କୁଲ୍‌ରେ ପାଠ ପଢୁଥିଲେ ଅନୁଷ୍କା ଓ ସାକ୍ଷୀ; ଭାଇରାଲ୍‌ ହେଲା ବ୍ୟାଚ୍‌ ଫଟୋ

ଅହମ୍ମଦାବାଦ୍‌: ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌କିଙ୍ଗ୍‌ସ ବିଜୟ ଲାଭ କରିବା ପରେ ସୋସିଆଲ୍‌ ମିଡିଆରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଧୋନି ଏବଂ ତାଙ୍କ ଟିମ୍‌ ଇଣ୍ଟର୍‌ନେଟ୍‌ରେ ଛାଇ ହୋଇଛନ୍ତି। କ୍ୟାପ୍‌ଟେନ୍‌ କୁଲ୍‌ ମାହିଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଦେଇ ଚାଲିଛନ୍ତି। ତେବେ କେବଳ ଧୋନି ନୁହଁନ୍ତି, ତାଙ୍କ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ବି ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି।

ସାକ୍ଷୀଙ୍କର ଅନେକ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଥିବା ବେଳେ ତାଙ୍କର ଏକ ପିଲାଦିନର ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଫଟୋରେ ସାକ୍ଷୀଙ୍କ ସହ ଅନ୍ୟ ଜଣେ କ୍ରିକେଟର୍‌ଙ୍କ ପତ୍ନୀଙ୍କୁ ବି ଦେଖିବାକୁ ମିଳିଛି। ତେବେ ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା। କ୍ରିକେଟର୍‌ର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କାଙ୍କୁ ସାକ୍ଷୀଙ୍କ ବ୍ୟାଚ୍‌ ଫଟୋରେ ଦେଖିବା ପରେ ସେ ଦୁହେଁ ଗୋଟ‌ାଏ ସ୍କୁଲ୍‌ରେ ସାଥୀ ହୋଇ ପଢୁଥିଲେ ବୋଲି ସ୍ପଷ୍ଟ ହୋଇଛି।

ତେବେ ଧୋନି ଓ କୋହଲିଙ୍କ ପତ୍ନୀ ପିଲାଦିନର ବନ୍ଧୁ ବୋଲି ଜାଣିବା ପରେ ପ୍ରଶଂସକମାନେ ଆହୁରି ଖୁସି ହୋଇଛନ୍ତି। ଖୁବ୍ କମ୍‌ ଲୋକ ଏକଥା ଜାଣିଥିବେ ଯେ ଅନୁଷ୍କା ଓ ସାକ୍ଷୀ ଆସାମର ସେଣ୍ଟ୍‌ ମ୍ୟାରି ସ୍କୁଲ୍‌ରେ ସାଙ୍ଗ ହୋଇ ପଢୁଥିଲେ।

ସ୍କୁଲ୍‌ ସରିବା ପରେ ଅନୁଷ୍କା ଶର୍ମା ଜଣେ ସଫଳ ଅଭିନେତ୍ରୀ ବନିଥିବା ବେଳେ ସାକ୍ଷୀ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ପାଠ ପଢୁଥିଲେ। ୨୦୧୦ ମସିହାରେ ସାକ୍ଷୀ ଧୋନିଙ୍କୁ ବିବାହ କରିଥିବା ବେଳେ ଅନୁଷ୍କା ୨୦୧୭ ମସିହାରରେ ବିରାଟଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର