ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ୍ ଧୋନି ସାଧାରଣତଃ ସୋସିଆଲ୍ ମିଡିଆରେ ଏତେଟା ସକ୍ରିୟ ନଥାଆନ୍ତି। କିନ୍ତୁ ଯେତେବେଳେ ବି ସେ କିଛି ପୋଷ୍ଟ କରନ୍ତି ସେଥିରେ ସ୍ବତନ୍ତ୍ରତା ନିଶ୍ଚୟ ରହିଥାଏ।
ନିକଟରେ ଭାରତ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହେବା ପରେ ଧୋନି ଇନଷ୍ଟାଗ୍ରାମରେ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସମ୍ପ୍ରତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଶେଷ ହୋଇଛି। ଧୋନି ସେମାନଙ୍କ ବିବାହରେ ସାମିଲ ହେବା ସହିତ ସୋସିଆଲ ମିଡିଆରେ ଦୁହିଁଙ୍କୁ ସେମାନଙ୍କ ବୈବାହିକ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ବିବାହ ସମାରୋହ ଶେଷ ହେବା ପରେ ଧୋନି ରାଧିକାଙ୍କୁ ଆଲିଙ୍ଗନ କରି ସାନଭଉଣୀ ପରି ତାଙ୍କୁ ଶାଶୁଘରକୁ ବିଦା କରିଥିଲେ। ଏହି ସମୟରେ ଧୋନିଙ୍କ ସହିତ ଧର୍ମପତ୍ନୀ ସାକ୍ଷୀ, ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ, ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଉପସ୍ଥିତ ଥିବା ନଜର ଆସିଥିଲେ।
ଧୋନି ରାଧିକାଙ୍କ ବିଦାଇ ସମୟ ଫଟୋ ସେୟାର କରି ଲେଖିଛନ୍ତି, ରାଧିକା! ତୁମର ଏହି ଉଜ୍ଜ୍ୱଳ ହସ କେବେ ବି ଫିକା ନପଡ଼ୁ! ଅନନ୍ତ ରାଧିକାଙ୍କୁ ସ୍ନେହ କରିବ ତାଙ୍କର ଯତ୍ନ ନେବ। ଯେମିତି ତୁମେ ତୁମର ପରିବାର ସଦସ୍ୟଙ୍କର ନେଇଥାଆ। ତୁମର ବୈବାହିକ ଜୀବନ ସୁଖମୟ ହେଉ। ସର୍ବଦା ତୁମ ଦୁହିଁଙ୍କ ମୁହଁରେ ହସ ଭରି ରହିଥାଉ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Anant-Take-Care-of-Radhika_MS-Dhoni-Says-To-Anant_Thumbnail.jpg)