ଧୋନୀ ତନୟା ଜିଭାଙ୍କ ‘ମେରି କ୍ରିସ୍‌ମାସ’ ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ ଏସ ଧୋନୀଙ୍କ ଝିଅ ଜିଭାଙ୍କର ଏକ ଭିଡ଼ିଓ ପୁଣି ଥରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦେଶ ପାଇଁ କ୍ରିକେଟ ଖେଳି ଘରକୁ ଫେରିଥିବା ସମୟରେ ବାପାଙ୍କ ପାଇଁ ଏହି ଗୀତ ଗାଇଛନ୍ତି ଜିଭା । ସେ ବାପାଙ୍କ କୋଳରେ ବସି ଖୁସିରେ ଖ୍ରାଷ୍ଟମାସ ଏବଂ ନୂଆବର୍ଷ ପାଇଁ ଏକ ଗୀତ ଗାଇଥିଲେ ।
ଟୁଇଟରରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଧୋନୀଙ୍କ କୋଳରେ ତାଙ୍କ ଝିଅ ଜିଭା ବସି ଗାଡ଼ିରେ ଯାତ୍ରା କରୁଛନ୍ତି। ଏହି ସମୟରେ ଝରକା ବାହାରକୁ ଦେଖି ସେ ‘ମେରି କ୍ରିସ୍‌ମାସ’ ଗୀତ ଗାଇଛନ୍ତି । ଏହି ଭିଡ଼ିଓଟି ଟୁଇଟରରେ ଆାସିବା ପରେ ହୋଇଛି ଭାଇରାଲ । ସବୁବେଳେ କିଛି ନା କିଛି ବିଷୟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଥିବା ଧୋନୀଙ୍କ ପାଦଚିହ୍ନକୁ ଅନୁସରଣ କରୁଛନ୍ତି ଝିଅ ଜିଭା । ଏହା ପ୍ରଥମ ଥର ନୁହଁ, ପୂର୍ବରୁ ମଧ୍ୟ ଜିଭା ଏକ ମଲାୟାଲାମ ଗୀତ ଗାଇବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।
ଭାରତୀୟ କ୍ରିକେଟ ଦଳ ରବିବାର ଦିନ ଶ୍ରୀଲଙ୍କା ସହ ଟି-୨୦ ସିରିଜରେ ବିଜୟୀ ହେବା ସହ ଏହାର ସଫଳତାର ଏକ ବର୍ଷ ଶେଷ କରିଛି। ଭାରତୀୟ କ୍ରିକେଟ ଦଳ ଆଗକୁ ସାଉଥ ଆଫ୍ରିକାରେ ତିନିଟିକିଆ ଟେଷ୍ଟ ସିରିଜ ଖେଳିବା ପାଇଁ ଯାତ୍ରା କରିବାର ଅଛି। ତେବେ ଧୋନୀ ୨୦୧୪ ରେ ଟେଷ୍ଟ ଖେଳରୁ ଅବସର ନେଇଥିବାରୁ ସେ ନୂଆବର୍ଷଟି ପରିବାର ସହ ପାଳନ କରିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର