ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଲା ଧୋନିଙ୍କ ନୂଆ ହେୟାର୍‌ ଷ୍ଟାଇଲ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କର ନୂଆ କେଶବିନ୍ୟାସ(ହେୟାର୍‌ ଷ୍ଟାଇଲ୍‌) ପାଇଁ ଏବେ ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଚର୍ଚ୍ଚିତ ପାଲଟିଛନ୍ତି। ଜଣାଶୁଣା ହେୟାର୍‌ ଷ୍ଟାଇଲିଷ୍ଟ୍‌ ଆଲିମ୍‌ ହାକିମ୍‌ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଧୋନିିଙ୍କ ଫଟୋ ସେୟାର୍‌ କରିବା ପରେ ଏବେ ଟ୍ରେଣ୍ଡ୍‌ରେ ରହିଛନ୍ତି କ୍ୟାପ୍‌ଟେନ୍‌ କୁଲ୍।

ଆଲିମ୍‌ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌‌ରେ ଲେଖିଛନ୍ତି, ‘ଲିଜାଣ୍ଡ୍‌ ‌ଧୋନି ଏକ ଡ୍ୟାସିଂ ଲୁକ୍‌ରେ। ତାଙ୍କ କେଶ ଓ ଦାଢ଼ି କାଟିବା ବେଳେ ମୁଁ ଖୁବ୍ ଉପଭୋଗ କଲି।

 

ଏହି ପୋଷ୍ଟ୍‌ ସେୟାର୍‌ ହେବାର କିଛି ଘଣ୍ଟା ମଧ୍ୟରେ ୮,୩୦୦ ଲାଇକ୍‌ ମିଳି ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବଢ଼ି ବଢ଼ି ଚାଲିଛି। କେହି କେହି ପ୍ରଶଂସକ ଧୋନିଙ୍କ ଏହି ନୂଆ ହେୟାର୍‌ ଷ୍ଟାଇଲ୍‌କୁ ଖୁବ୍‌ ପସନ୍ଦ କରିଥିବା ବେଳେ ଆଉ କେହି ମତ ରଖିଛନ୍ତି ଯେ ଏହା ଧୋନିଙ୍କ ଉପରେ ମାନୁନାହିଁ।

ସମ୍ବନ୍ଧିତ ଖବର