ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତାଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ତାଙ୍କର ଭିଡିଓ ରେକର୍ଡ କରୁଥିବା ଯୁବକଙ୍କୁ ଫୋନ ତଳକୁ କରିବାକୁ କହୁଛନ୍ତି।

Advertisment

ସୂଚନା ମୁତାବକ, କିଛି ଦିନ ତଳେ ମହେନ୍ଦ୍ର ସିଂହ ଧୋନି ଉତ୍ତରାଖଣ୍ଡ ଯାଇଥିଲେ। ସେଠାରେ ତାଙ୍କର ପୈତୃକ ଗାଁ ରହିଛି।ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଥିବା ଲୱାଲି ଗାଁରେ ଧୋନିଙ୍କର ପୈତୃକ ଗାଁ ଥିବା ବେଳେ ସେଠାକୁ ସେ ପତ୍ନୀ ସାକ୍ଷୀଙ୍କ ସହ ଯାଇଥିବା ଦେଖାଯାଇଥିଲା। ଏହି ସମୟର ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଧୋନି କାହା ସହ ଫୋନରେ କଥା ହେଉଛନ୍ତି। ଏହା ପରେ ଫୋନ ନିଜ ଅଙ୍ଗରକ୍ଷୀଙ୍କୁ ଦେଉଛନ୍ତି। ଭିଡିଓ ରେକର୍ଡ କରୁଥିବା ଲୋକ ଆଡକୁ ବୁଲି, ସେମାନେ କୁଆଡେ ଗଲେ ବୋଲି ପଚାରୁଛନ୍ତି ଧୋନି। ଏହା ପରେ ହସି ହସି ସେ ଭିଡିଓ ରେକର୍ଡ କରୁଥିବା ଯୁବକଙ୍କୁ ଫୋନ ତଳକୁ କର ବୋଲି କହୁଛନ୍ତି ।

ତେବେ ଭିଡିଓ ଦେଖି ଜଣାପଡ଼ୁଛି ଯେ, ଧୋନି କିଛି ଲୋକଙ୍କ ସହ ଟେକ୍ରିଂ କରିବାକୁ ବାହାରିଥିବା ବେଳେ ଏହି ଭିଡିଓ ରେକର୍ଡ କରାଯାଇଥିଲା, ଯାହା ଏବେ ଭାଇରାଲ ହୋଇଛି ।