ଆଇପିଏଲ୍ର ଆଗାମୀ ଋତୁରେ ଚେନ୍ନାଇ ସୁପରକିଙ୍ଗ୍ସର ‘କ୍ୟାପ୍ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନି ନୂଆ ଭୂମିକାରେ ଦେଖିବାକୁ ମିଳିପାରନ୍ତି। ଏହି ଆଭାସ ନିଜେ ଧୋନି ଦେଇଛନ୍ତି। ‘‘ନୂଆ ଋତୁ ଓ ନୂଆ ଭୂମିକା ପାଇଁ ଆଉ ଅପେକ୍ଷା କରି ହେଉନି।’’ ବୋଲି ଧୋନି ସୋମବାର ନିଜ ‘ଏକ୍ସ’ ପୃଷ୍ଠାରେ ଲେଖିବା ପରେ ତାଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବା ଆରମ୍ଭ ହୋଇଛି। ପ୍ରଶଂସକମାନେ ଧୋନି ଚେନ୍ନାଇର ଅଧିନାୟକ ପଦ ଛାଡ଼ି ମାର୍ଗଦର୍ଶକ କିମ୍ବା ପ୍ରଶିକ୍ଷକ ହୋଇପାରନ୍ତି ବୋଲି ପୂର୍ବାନୁମାନ ଲଗାଇଛନ୍ତି। ଧୋନିଙ୍କ ଲେଖା ଉପରେ ମତ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ଚଳିତ ଋତୁରେ ଆପଣ ପ୍ରଶିକ୍ଷକ ଭୂମିକା ତୁଲାଇବେ ବୋଲି ଆଶା। ସେହିଭଳି ଅନ୍ୟଜଣେ ସମର୍ଥକ କହିଛନ୍ତି, ନୂଆ ଭୂମିକା ମାନେ? ଆପଣ କ’ଣ ମାର୍ଗଦର୍ଶକ ଦାୟିତ୍ବ ବି ତୁଲାଇବେ? ତୃତୀୟ ପ୍ରଶଂସକଜଣକ କିନ୍ତୁ ତାଙ୍କ ଅବସର କଥା ଉଠାଇଛନ୍ତି। ‘‘ମୁଁ ପୂରା ନିଶ୍ଚିତ ଯେ ଚେନ୍ନାଇ ସୁପରକିଙ୍ଗ୍ସ ଖୁବ୍ଶୀଘ୍ର ତା’ର ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିବ ଏବଂ ନିକଟ ଭବିଷ୍ୟତରେ ଆପଣ ଅବସର ନେବେ।’’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସେ।
ନୂଆ ଭୂମିକାର ଆଭାସ ଦେଲେ ମାହି
/sambad/media/post_attachments/wp-content/uploads/2022/03/csk-dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)