ଟି-୨୦ ବିଶ୍ବକପ : ବିନା ପାରିଶ୍ରମିକରେ ଭାରତୀୟ ଦଳକୁ ପରାମର୍ଶ ଦେବେ ଧୋନି

ମୁମ୍ବାଇ : ଆସନ୍ତା ଟି-୨୦ ବିଶ୍ବକପ୍ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ନିଯୁକ୍ତ କରାଯାଇଛି । ତେବେ ଏଥିପାଇଁ ଧୋନି କୌଣସି ପାରିଶ୍ରମିକ ନେବେ ନାହିଁ । ଏ ସମ୍ପର୍କରେ ଟୁଇଟ୍ ବିସିସିଆଇ ସଚିବ ଜୟ ଶାହ  ସୂଚନା ଦେଇଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏ ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି ।

ଜୟ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଦୁବାଇରେ ରହି ଆଇପିଏଲ ଖେଳୁଥିବା ଧୋନୀଙ୍କୁ ଭାରତୀୟ ମେଣ୍ଟର ଦାୟିତ୍ବ ଗ୍ରହଣ କରିବାକୁ ବିସିସିଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଧୋନି ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ମଧ୍ୟ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ବୋଲି ଶାହ କହିଛନ୍ତି ।

ଟି-୨୦ ବିଶ୍ବକପ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଆରମ୍ଭ ହେଉଛି । ତେବେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଖେଳିବ । ୟୁଏଇ ଓ ଓମାନର ୪ଟି ସହର ମସ୍କାଟ, ଦୁବାଇ, ଆବୁଧାବି ଓ ସାରଜାରେ ବିଶ୍ବକପର ମ୍ୟାଚଗୁଡ଼ିକ ଖେଳାଯିବ ।

 

ସମ୍ବନ୍ଧିତ ଖବର