ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଟମ୍ ମୁଡି ଭାରତୀୟ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଲାଳାୟିତ ଅଛନ୍ତି। ସେ ଏହି ଲୋଭନୀୟ ପଦ ପାଇଁ ଚତୁର୍ଥ ଥର ଲାଗି ଆବେଦନ କରିବାର ଆଶା କରାଯାଉଥିବା ଏକ ନିର୍ଭରଯୋଗ୍ୟ ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ଟି-୨୦ ବିଶ୍ବକପ୍ ପରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ପଦରୁ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି। ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ମଧ୍ୟ ଏଥିପାଇଁ ନୂଆ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନରେ ରହିଛି। ଫଳରେ ୫୬ ବର୍ଷ ବୟସ୍କ ମୁଡି ପୁନର୍ବାର ଏହି ପଦ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପୂର୍ବତନ ବିଶ୍ବକପ୍ ବିଜେତା ମୁଡି ଏବେ ଉଭୟ ଆଇପିଏଲ୍ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଶ୍ରୀଲଙ୍କାର କ୍ରିକେଟ୍ ନିର୍ଦେଶକ କାର୍ଯ୍ୟ ନିର୍ବାହ କରୁଛନ୍ତି। ପୂର୍ବରୁ ଭାରତର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ତିନି ଥର (୨୦୧୭ ଓ ୨୦୧୯ ସହିତ) ଆବେଦନ କରିଥିଲେ ମଧ୍ୟ କୌଣସି ଥର ତାଙ୍କ ନାମ ବିଚାରକୁ ନିଆଯାଇନଥିଲା। ମୁଡି ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କର ୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସନ୍ରାଇଜର୍ସକୁ ୨୦୧୬ରେ ଆଇପିଏଲ୍ ବିଜେତା କରାଇଥିଲେ। ଏହି ଏକମାତ୍ର ଆଇପିଏଲ୍ ଟ୍ରଫି ଜିତିବା ବେଳେ ମୁଡିଙ୍କ ଦେଶର ଡେଭିଡ୍ ୱର୍ଣ୍ଣର ହାଇଦ୍ରାବାଦର ଅଧିନାୟକ ରହିଥିଲେ।
୨୦୧୯ ପରେ ମୁଡିଙ୍କୁ ସନ୍ରାଇଜର୍ସର କ୍ରିକେଟ୍ ନିର୍ଦେଶକ ଭାବେ ମନୋନୀତ କରାଯାଇଥିଲା ବେଳେ ତାଙ୍କ ସ୍ଥାନରେ ଇଂଲଣ୍ଡର ପୂର୍ବତନ ବିଶ୍ବକପ୍ ବିଜେତା ପ୍ରଶିକ୍ଷକ ଟ୍ରେଭର ବେଲିସ୍ଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ଆଇପିଏଲ୍ର ଚଳିତ ଋତୁରେ ୱାର୍ଣ୍ଣରଙ୍କୁ ସନ୍ରାଇଜର୍ସ ଅଧିନାୟକ ପଦରୁ କାଢ଼ିଦେବା ଏବଂ ପରେ କେତେକ ମ୍ୟାଚ୍ରୁ ଚୂଡାନ୍ତ ଏକାଦଶରୁ ବାଦ୍ଦେବା ପରେ ମୁଡି ଆଉ ସେହି ଫ୍ରାଞ୍ଚାଇଜ୍ ସହ ରହିବାକୁ ଆଗ୍ରହୀ ନାହାନ୍ତି। ତେଣୁ ସେ ଭାରତର ମୁଖ୍ୟ ପ୍ରଶିକ୍ଷକ ପଦ ଉପରେ ନଜର ପକାଇଥିବା କୁହାଯାଉଛି। ପୁଣି ସନ୍ରାଇଜର୍ସ ମାଲିକଙ୍କର ବିସିସିଆଇରେ ପ୍ରଭାବ ରହିଥିବାରୁ ତାଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି ମୁଡି ଭାବିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/54g54dag64da654gdadadadadadadadadadadadadada.jpg)