ଲଣ୍ଡନ୍: ଗତ ଥରର ଓ୍ଵିମ୍ବଲ୍ଡନ୍ ବିଜୟିନୀ ଗାର୍ବିନ ମୁଗୁରୁଜାଙ୍କ ଚଳିତ ବର୍ଷର ଅଭିଯାନ ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଯାଇଛି। ଗୁରୁବାର ରାତି ମୁକାବିଲାରେ ତୃତୀୟ ମାନ୍ୟତା ଏହି ସ୍ପେନ୍ ସୁନ୍ଦରୀଙ୍କୁ ବେଲ୍ଜିୟମର ଅଲିସାନ୍ ଭାନ୍ ଉତ୍ଭାଙ୍କ ୭-୫, ୨-୬, ୧-୬ ସେଟ୍ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ସେହିପରି ତୃତୀୟ ପର୍ଯ୍ୟାୟରୁ ଆମେରିକାର ନବମ ମାନ୍ୟତା ଭେନସ୍ ଓ୍ଵିଲିୟମ୍ସ ଏବଂ ଦଶମ ମାନ୍ୟତା ମାଡିସନ୍ କିଜ୍ ବିଦାୟ ନେଇଛନ୍ତି। ଶୁକ୍ରବାର ଭେନସ୍ ୨-୬, ୭-୬, ୬-୮ ସେଟ୍ରେ ବିଂଶ ମାନ୍ୟତା ନେଦରଲାଣ୍ଡ୍ର କିକି ବର୍ତେନ୍ସଙ୍କଠୁ ଏବଂ କିଜ୍ ୫-୭, ୭-୫, ୪-୬ ସେଟ୍ରେ ୧୨୦ ମାନ୍ୟତା ରୁଷିଆର ଏଭେନିଆ ରେଦିନାଙ୍କଠୁ ହାରି ଯାଇଥିଲେ। ତେବେ ତ୍ରୟୋଦଶ ମାନ୍ୟତା ଜର୍ମାନିର ଜୁଲିଆ ଜର୍ଜିସ୍ ୭-୬, ୩-୬, ୧୦-୮ ସେଟ୍ରେ ୨୩ ମାନ୍ୟତା ଚେକ୍ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକାଭାଙ୍କୁ ଏବଂ ୨୫ ମାନ୍ୟତା ଆମେରିକାର ସେରେନା ଓ୍ଵିଲିୟମ୍ସ ୭-୫, ୭-୬ ସେଟ୍ରେ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋଭିକ୍ଙ୍କୁ ହରାଇ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଛନ୍ତି।
ପୁରୁଷ ଏକକରେ ଅଷ୍ଟମ ମାନ୍ୟତା ଦକ୍ଷିଣ ଆଫ୍ରିକାର ୬-୩, ୭-୫, ୭-୫ ସେଟ୍ରେ ୨୫ ମାନ୍ୟତା ଜର୍ମାନିର ଫିଲିପ୍ କୋଲସ୍ଚ୍ରେବରଙ୍କୁ ଏବଂ ଫ୍ରାନ୍ସର ଗେଲ୍ ମନ୍ଫିଲ୍ସ ୫-୭, ୬-୪, ୬-୪, ୬-୨ ସେଟ୍ରେ ଏକାଦଶ ମାନ୍ୟତା ଆମେରିକାର ସାମ୍ କ୍ୱେରିଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟର୍ରେ ସ୍ଥାନ ପକ୍କା କରିଥିଲେ।
ଅନ୍ୟରେ ଏକ ନମ୍ବର ସୁଇସ୍ ତାରକା ରୋଜର ଫେଡେରର୍ ଜର୍ମାନିର ଜାନ୍ ଲିନାର୍ଡ ଷ୍ଟ୍ରଫ୍ଙ୍କୁ ୬-୩, ୭-୫, ୬-୨ରେ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ଫ୍ରାନ୍ସର ଅଣମାନ୍ୟତାପ୍ରାପ୍ତ ଗାଏଲ୍ ମନ୍ଫିଲ୍ସ ୫-୭, ୬-୪, ୬-୪, ୬-୨ରେ ଏକାଦଶ ମାନ୍ୟତାପ୍ରାପ୍ତ ଆମେରିକାର ସାମ୍ କ୍ୟୁରିଙ୍କୁ ହରାଇ ଶୀର୍ଷ ୧୬ ଜଣଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟରେ ବୋପାନ୍ନା ଅଟକିଲେ
ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ରୋହନ ବୋପାନ୍ନ ଓ୍ଵିମ୍ବଲ୍ଡନ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ଦ୍ୱିତୀୟ ପର୍ଯ୍ୟାୟରେ ଅଟକି ଯାଇଛନ୍ତି। ଫ୍ରାନ୍ସର ରୋଜର ଏଡୁଓ୍ଵାର୍ଡୋ ଭାସେଲିନ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଶୁକ୍ରବାର ଆହତ ହୋଇ ଅଧାରୁ ଓହରି ଯାଇଥିଲେ। ଡେନ୍ମାର୍କ ଫ୍ରେଡେରିକ୍ ନିଲସନ୍ ଓ ଲଣ୍ଡନ୍ର ଜୋଲ ସାଲିସବୁରି ବିପକ୍ଷ ମ୍ୟାଚ୍ ସ୍ଥିତି ୬-୪, ୭-୬, ୨-୧ ଥିଲା ବେଳେ ଭାରତ-ଫ୍ରାନ୍ସ ଯୋଡ଼ି ଓହରି ଯାଇଥିଲେ। ଫଳରେ ନିଲସନ୍ ଏବଂ ସାଲିସବୁରି ଯୋଡ଼ି ବିଜୟୀ ହୋଇ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ।