ମୁମ୍ବାଇ: ମୁମ୍ବାଇର ଯୁବ ବ୍ୟାଟସମ୍ୟାନ୍ ସର୍ଫରାଜ ଖାନ୍ ଏବେ ସବୁଠୁ ଅଧିକ ଚର୍ଚାରେ। ଅଧିକ ସୁଯୋଗ ପାଇବା ପାଇଁ ଏକଦା ଉତ୍ତରପ୍ରଦେଶ ପଳାଇଥିବା ଏହି ଖେଳାଳି ପୁଣି ମୁମ୍ବାଇ ଫେରି ଆସିଛନ୍ତି। ଗତ ସପ୍ତାହରେ ସେହି ଉତ୍ତରପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ତ୍ରିଶତକ ହାସଲ କରି ସଚିନ ତେନ୍ଦୁଲକର, ସୁନିଲ ଗାଭାସ୍କର, ୱାସିମ୍ ଜାଫର, ରୋହିତ ଶର୍ମାଙ୍କ ଭଳି ମହାନ ମୁମ୍ବାଇ ବ୍ୟାଟସମ୍ୟାନ୍ଙ୍କ ତାଲିକାରେ ନିଜ ନାମ ସାମିଲ କରି ନେଇଛନ୍ତି। ମୁମ୍ବାଇର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ରଣଜୀ ତ୍ରିଶତକ ଅର୍ଜନ କରିଛନ୍ତି। ‘ଏହା ମୋ ପାଇଁ ଗୌରବର କଥା’ ବୋଲି କହିଛନ୍ତି ୨୨ ବର୍ଷୀୟ ସର୍ଫରାଜ ଖାନ୍। ନିଜ ଫିଟନେସ୍ ସମସ୍ୟା ପାଇଁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳରୁ ବାଦ୍ ପଡ଼ିବା ଭାରି ବାଧିଥିଲା ବୋଲି ମଧ୍ୟ ସର୍ଫରାଜ ସ୍ବୀକାର କରିଥିଲେ। କିନ୍ତୁ ଆର୍ସିବି ଅଧିନାୟକ ବିରାଟ କୋହଲି ମୋତେ ତୁରନ୍ତ ସଚ୍ଚୋଟତାର ସହ କହିଥିଲେ ‘ତୁମ ଦକ୍ଷତାରେ କୌଣସି ଅବିଶ୍ବାସ ନାହିଁ, ଏଭଳି ଫିଟନେସ୍ରେ କିନ୍ତୁ ଉଚ୍ଚସ୍ତରର କ୍ରିକେଟ୍ ଖେଳିପାରିବ ନାହିଁ। ଟେଷ୍ଟ୍ କ୍ରିକେଟ୍ ସ୍ତରର ଖେଳିବାକୁ ପ୍ରସ୍ତୁତ ହୁଅ’। ଏହା ପରଠାରୁ ମୁଁ କିଛି ଖାଦ୍ୟ କାଟିବା ସହିତ ଫିଟନେସ୍ ଉପରେ ଏକାଗ୍ର ରହିଛି ଏବଂ ଉନ୍ନତି ବି କରିଛି। ଏହି କାରଣରୁ ଯେଉଁ ଦଳୀୟ ସାଥୀମାନେ ଆଗରୁ ମୋତେ ପାଣ୍ଡା ଡାକୁଥିଲେ ଏବେ ମଚୋ ଡାକୁଛନ୍ତି’। ଗତବର୍ଷ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଭଲ ଖେଳିଥିଲି, ଏ ବର୍ଷ ମୋ ପାଇଁ ବଡ଼ ସୁଯୋଗ ରହିବ ବୋଲି ମଧ୍ୟ ସର୍ଫରାଜ ଆଶା ପ୍ରକାଶ କରିଥିଲେ।
ଆଗରୁ ପାଣ୍ଡା ଡାକୁଥିଲେ, ଏବେ ମାଚୋ କହୁଛନ୍ତି: ସର୍ଫରାଜ
/sambad/media/post_attachments/wp-content/uploads/2020/01/jpg-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)