ଗୋଆ: ଚଳିତ ଆଇଏସ୍ଏଲ୍ର ଗୁରୁବାର ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ୩-୨ ଗୋଲ୍ରେ ନର୍ଥଇଷ୍ଟ୍ ୟୁନାଇଟେଡ୍କୁ ହରାଇ ଦେଇଛି। ଏହି ବିଜୟ ସହ ମୁମ୍ବାଇ ୧୬ ମ୍ୟାଚ୍ରୁ ୨୩ ପଏଣ୍ଟ୍ ହାସଲ କରି ସେମିଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରଖିଛି। ମୁମ୍ବାଇ ପକ୍ଷରୁ ଆଚିଲେ ଏମାନେ (୧୫ ମିନିଟ୍) ଦଳକୁ ଆଗୁଆ କରିଥିଲେ। କିନ୍ତୁ ୨୪ତମ ମିନିଟ୍ରେ ଲୁସିଆନ୍ ଗୁଇଁଙ୍କ ଆତ୍ମଘାତୀ ଗୋଲ୍ରେ ସ୍ଥିିତି ୧-୧କୁ ଆସିଥିଲା। ୪୩ତମ ମିନିଟ୍ରେ ସାମ୍ବିନା ଗୋଲ୍ ଦେଇ ନର୍ଥଇଷ୍ଟ୍କୁ ପ୍ରଥମାର୍ଧ ସୁଦ୍ଧା ୨-୧ରେ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟାର୍ଧରେ ମୁମ୍ବାଇର ଏଭର୍ଟନ ସାଣ୍ଟୋସ୍ (୫୪ ମିନିଟ୍) ଗୋଲ୍ଟିକୁ ଶୁଝାଇ ଦେଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ୨-୨ ବରାବର ସ୍ଥିତିରେ ରହିଥିଲା। ଆତ୍ମଘାତୀ ଗୋଲ୍ ଦେଇ ଖଳନାୟକ ସାଜିଥିବା ଲୁସିଆନ୍ ଗୁଇଁ ୯୦ତମ ମିନିଟ୍ରେ ରାଜୁ ଗାଏକ୍ୱାଡ୍ଙ୍କ ଏକ ପାସ୍କୁ ଗୋଲ୍ ପୋଷ୍ଟ୍କୁ ପଠାଇ ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ।
ମୁମ୍ବାଇର ସେମି ଆଶା ଉଜ୍ଜୀବିତ
/sambad/media/post_attachments/wp-content/uploads/2018/02/16-Everton-Santos-and-Achille-Emana-Edzimbi-of-MCFC-celebrate-during-M79.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)